fbpx

ରାମ ମନ୍ଦିରକୁ ପ୍ରଭାବିତ କରିପାରିବ ନାହିଁ ଭୂମିକମ୍ପ : ଏହି ବିଶେଷ ଟେକ୍ନୋଲଜିରେ ୨୪ ଘଣ୍ଟା ପୂର୍ବରୁ ମିଳିବ ସତର୍କ ସୂଚନା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଏଥିରେ ଅନେକ ପ୍ରକାରର ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି । ରାମଙ୍କ ଜନ୍ମ ଭୂମିରେ ଭକ୍ତଙ୍କର ପ୍ରତ୍ୟେକ ସୁବିଧାର ଧ୍ୟାନ ରଖାଯିବ । ବର୍ତ୍ତମାନ ଖବର ପ୍ରକାଶ ପାଇଛି ଯେ, ରାମ ମନ୍ଦରିକୁ ଏବେ ଆଉ ଭୂମିକମ୍ପ ମଧ୍ୟ ପ୍ରଭାବିତ କରି ପାରିବ ନାହିଁ । କାରଣ ଏଥିପାଇଁ ମୁମ୍ବାଇରେ ଥିବା ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ରର ଡା. ମନୋହର ଲୋହିୟା ଅଭାଦ ବିଶ୍ୱବିଦ୍ୟାଳୟରେ ଏକ ଜିଓ ଷ୍ଟେସନ ସ୍ଥାପିତ କରିଛନ୍ତି । ଏହି ସ୍ୱତନ୍ତ୍ର ଟେକ୍ନୋଲଜି ଜରିଆରେ ଭୂମିକମ୍ପ ଆସିବାର ୨୪ ଘଣ୍ଟା ପୂର୍ବରୁ ସତର୍କ ସୂଚନା ଜାରି କରିବ । ଏହାଦ୍ୱାରା ଲୋକଙ୍କ ଜୀବନ ଏବଂ ସମ୍ପତ୍ତି ସୁରକ୍ଷିତ ରହିବ ।

ଅଯୋଧ୍ୟାର ଜନ୍ମଭୂମି ମାର୍ଗରେ ପ୍ରବେଶ କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ଦୁଇଟି ସ୍ତମ୍ଭ ବିଶିଷ୍ଟ ଏକ ଗେଟ ଦେଇ ଯିବାକୁ ପଡିବ । ପରିସରରେ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ସୁରକ୍ଷା ପଏଣ୍ଟ ମଧ୍ୟ ତିଆରି କରାଯିବ । ଏହା ବ୍ୟତୀତ ଜନ୍ମଭୂମି ରାସ୍ତାରେ ଭକ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର କୈନୋପୀ ମଧ୍ୟ ଲଗାଯିବ । ଏହାବ୍ୟତୀତ ଅଯୋଧ୍ୟାକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ଅଭାଦ ବିଶ୍ୱ ବିଦ୍ୟାଳୟରେ ଭୂକମ୍ପ ରେଡନ ଜିଓଷ୍ଟେସନ ସ୍ଥାପନ କରାଯାଇଛି, ଯାହାକି ଭୂମିକମ୍ପର ୨୪ ଘଣ୍ଟା ପୂର୍ବରୁ ଆଲର୍ଟ ଜାରୀ କରିବ ।

 

Get real time updates directly on you device, subscribe now.