fbpx

ପେରୁରେ ୭.୨ ତୀବ୍ରତାର ଭୂମିକମ୍ପ, ଜାରି ହେଲା ସୁନାମୀ ଆଲର୍ଟ

Advertisement

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ଦେଶ ପେରୁରେ ୭.୨ ତୀବ୍ରତାର ଭୂମିକମ୍ପ ଘଟିବା ଖବର ସାମ୍ନାକୁ ଆସିଛି । ଯାହା ପରେ ସୁନାମୀ ଆସିବାର ଭୟ ଦେଖାଦେଇଛି । ଅତିକିପା ଜିଲ୍ଲାରୁ ୮.୮ କିଲୋମିଟର ଦୂରରେ ଭୂମିକମ୍ପ ଆସିବା ପରେ ୟୁଏସଜିଏସ ତୀବ୍ରତାର ରେଟିଙ୍ଗ ବଢାଇଛି ।

ସଂଯୁକ୍ତ ରାଜ୍ୟ ଭୁବୈଜ୍ଞାନିକ ସର୍ବେକ୍ଷଣ କହିଛନ୍ତି ଯେ, ଶୁକ୍ରବାରରେ ମଧ୍ୟ ପେରୁର ଉପକୂଳରେ ୭.୨ ତୀବ୍ରତାର ଭୂମିକମ୍ପ ଆସିଛି, ଯେଉଁଥିରେ କିଛି ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଲହରୀ ଉଠିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.