fbpx

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ; ରିକ୍ଟର ସ୍କେଲରେ ତିବ୍ରତା ୭.୭ ମ୍ୟାଗ୍ନିଚୁଡ୍ ରେକର୍ଡ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୁତ ହୋଇଛି । ଫଳରେ ଇଣ୍ଡୋନେସିଆର ତୁଆଲ କ୍ଷତ୍ରେ କମ୍ପି ଉଠିଛି । ତେବେ ଗତକାଲି ବିଳମ୍ବିତ ରାତିରେ ଏହି ଭୂକମ୍ପ ହୋଇଥିବା ସୂଚନା ମିଳିଛି । ତେବେ ଏହାର ତିବ୍ରଦତା ରିକ୍ଟର ସ୍କେଲରେ ୭.୭ ମାଗ୍ନିଚ୍ୟୁଟ୍ ରେକର୍ଡ କରାଯାଇଛି । ତେବେ ଏହି ଭୂମିକମ୍ପ ପ୍ରଭାବରେ ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳରେ ସୁନାମୀ ଆସିପାରେ ବୋଲି ସନ୍ଦେହ କରାଯାଉଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡୋନେସିଆରେ ବାରମ୍ବାର ଭୂକମ୍ପ ସୃଷ୍ଟି ହେଉଛି । ଯାହାଫଳରେ ଅନେକ ଧନଜୀବନ ନଷ୍ଟ ହେବା ସହ ବହୁ କ୍ଷୟକ୍ଷତି ମଧ୍ୟ ହେଉଛି । ଏଥିସହିତ ଏହି ଉୂମିକମ୍ପ କାରଣରୁ ବର୍ତ୍ତମାନ ପାକୃତିକ ବିପର୍ଯ୍ୟୟର ଆଶଙ୍କା ମଧ୍ୟ କରାଯାଉଛି । ତେବେ ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଉଣ୍ଡୋନେସିଆର କିଛି ସ୍ଥାନରେ ଭୂକମ୍ପ ଝଟକା ଅନୁଭୀତ ହୋଇଛି । ଯାହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଟଠାରୁ ପ୍ରାୟ ୩୪୨ କି.ମି ଘଭୀରତା ରହିଛି । ଏତତ୍ ବ୍ୟତୀତ ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୭ ମ୍ୟାଗ୍ନିଚ୍ୟୁଡ୍ ରହିଛି । ତେବେ ଏହି ଭୂକମ୍ପ ଚଳିତ ବର୍ଷର ସବୁଠାରୁ ବଡ ଭୂକମ୍ପ ବୋଲି ଜଣାପଡିଛି ।

ୟୁରୋପୀୟ ସିସମୋଲୋଡି ସେଣ୍ଟର ଅନୁଯାୟୀ, ଭୂମିକମ୍ପ ଝଟକା ଇଣ୍ଡୋନୋସିଆ ଠାରୁ ପ୍ରାୟ ୨୦୦୦ କି.ମି ଦୂର ଅଷ୍ଟ୍ରେଲିଆ ଏବଂ ଈଷ୍ଟ ତିମୋର ପ ର୍ଯ୍ୟନ୍ତ ଅନୁଭୀତ ହୋଇଛି । ଫଳରେ ସୋଠାକାର ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ । ଅନ୍ୟପକ୍ଷେ ଭୂମିକମ୍ପ ପରେ ସୁନାମୀ ହୋବରା ଆଶଙ୍କା କରାଯିବା ସହ ସତର୍କତା ମଧ୍ୟ ଦିଆଯାଇଛି ।

Get real time updates directly on you device, subscribe now.