ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ଭୂମିକମ୍ପ ଘଟୁଛି। କେତେବେଳେ ଭୂମିକମ୍ପ ବହୁତ କ୍ଷତି କରୁନି ତ କେତେବେଳେ ଭୂମିକମ୍ପ ଏତେ ଧ୍ୱଂସ କରୁଛି ଯେ, ମାନବଜାତି ଥରି ଉଠୁଛି।
ଏହି ଭୂମିକମ୍ପ ଘଟଣା ଯୋଗୁଁ ଲୋକମାନେ ଭୟଭୀତ ହୋଇଯାଉଛନ୍ତି। ଏବେ ପାନାମାରୁ ଭୂମିକମ୍ପର ଘଟଣା ସାମ୍ନାକୁ ଆସିଛି। ଏଠାରେ 6.2 ତୀବ୍ରତାର ଏକ ଭୂମିକମ୍ପ ଲୋକଙ୍କୁ ଭୟଭୀତ କରିଦେଇଛି।
ପାନାମାରେ ଏହି ଭୂମିକମ୍ପର ଘଟଣା ସୋମବାର ୧୪ ଜୁଲାଇ ୨୦୨୫ ରାତି ୧୦:୪୬ ସମୟରେ ଘଟିଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ମାପ କରାଯାଇଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ପାନାମାର ଦକ୍ଷିଣରେ ପୃଥିବୀର ୪୦ କିଲୋମିଟର ତଳେ ଥିଲା।
ଅଧିକାରୀଙ୍କ ଅନୁଯାୟୀ, ପାନାମାର ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ହୋଇଥିବା ଭୂମିକମ୍ପରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ।
ଏହି ଭୂମିକମ୍ପର ଝଟକା ପଶ୍ଚିମ ପାନାମାର ଚିରିକୁ ଏବଂ ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଏହି ଅଞ୍ଚଳଗୁଡ଼ିକରେ ବାରମ୍ବାର ଭୂକମ୍ପ ଘଟିଥାଏ। ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ, ଭୂମିକମ୍ପ ଯୋଗୁଁ ସୁନାମିର କୌଣସି ଆଶଙ୍କା ନାହିଁ।