fbpx

ପୂର୍ବତଟ ରେଳପଥର ୧୬୪୦୫ ଖାଲି ପଦବୀ ପୂରଣ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ପୂର୍ବ ତଟ ରେଳପଥ ମଧ୍ୟରେ ଗତ ଆଠ ବର୍ଷରେ ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ଏବଂ ରେଳବାଇ ନିଯୁକ୍ତି ସେଲ୍ (ଆରଆରସି) ଦ୍ୱାରା ନିଯୁକ୍ତି ଅଭିଯାନ ମାଧ୍ୟମରେ ୧୬ ହଜାର ୪୦୫ ଟି ଖାଲି ପଦ ପୂରଣ କରାଯାଇଅଛି । ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ରେ, ଆରଆରବି ଏବଂ ଆରଆରସି ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂର୍ବ ତଟ ରେଳବାଇରେ ୪୧୧୮ ଜଣ ପ୍ରାର୍ଥୀ ନିଯୁକ୍ତ ହୋଇଛନ୍ତି ।

ପୂର୍ବ ତଟ ରେଳପଥରେ ଗତ ୮ ବର୍ଷ ମଧ୍ୟରେ ସ୍ତର-୧ ପଦବୀରେ ମୋଟ ୫୨୫୯ ଜଣ ପ୍ରାର୍ଥୀ ନିଯୁକ୍ତ ହୋଇଛନ୍ତି ଏବଂ ଏହି ନିଯୁକ୍ତି ପ୍ରକ୍ରିୟା ରେଳବାଇ ନିଯୁକ୍ତି ସେଲ୍ (ଆରଆରସି) ଦ୍ୱାରା କରାଯାଇଥିଲା । ସ୍ତର-୧ ପଦବୀ ବ୍ୟତୀତ, ଗତ ୦୮ ବର୍ଷ ମଧ୍ୟରେ ବିଭିନ୍ନ ବର୍ଗରେ ପୂର୍ବ ତଟ ରେଳପଥରେ ୧୧୧୪୬ ଜଣ ପ୍ରାର୍ଥୀ ନିଯୁକ୍ତ ହୋଇଛନ୍ତି ଏବଂ ଏହି ନିଯୁକ୍ତି ଆରଆରବି ଭୁବନେଶ୍ୱର ଏବଂ ଆରଆରବି ସିକନ୍ଦରାବାଦ ଦ୍ୱାରା ପ୍ରକ୍ରିୟା କରାଯାଇଥିଲା ।

ଉପରୋକ୍ତ ସମସ୍ତ ପଦବୀଗୁଡିକରେ ଅଧିକ ସଂଖ୍ୟକ ସୁରକ୍ଷା ବର୍ଗ ପଦବୀ ଏବଂ କିଛି ସାଧାରଣ ବର୍ଗ ପଦବୀ ଅନ୍ତର୍ଭୁକ୍ତ । ଏଗୁଡ଼ିକ ବ୍ୟତୀତ, ସୁରକ୍ଷା ବର୍ଗରେ ସର୍ବାଧିକ ସଂଖ୍ୟା ସମେତ ବିଭିନ୍ନ ସ୍ତରରେ ଆରଆରବି ଏବଂ ଆରଆରସି ଦ୍ୱାରା ୨,୮୫୮ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଶେଷ ପର୍ଯ୍ୟାୟରେ ଅଛି । କୋଭିଡ୍ -୧୯ ମହାମାରୀର ଆହ୍ୱାନ ସତ୍ୱେ ପୂର୍ବତଟ ରେଳପଥ କାର୍ଯ୍ୟବଳ ୧ ଏପ୍ରିଲ ୨୦୧୯ ସୁଦ୍ଧା ୪୫,୫୦୭ ରୁ ୧ ଜାନୁୟାରୀ ୨୦୨୩ ରେ ୪୭,୩୩୧ କୁ ବୃଦ୍ଧି ପାଇଛି । ଫଳସ୍ୱରୂପ, ପୂର୍ବତଟ ରେଳପଥରେ ମୋଟ ଅନୁମୋଦିତ କର୍ମଚାରୀଙ୍କ ଖାଲିଥିବା ପଦବୀଗୁଡିକ ୧ ଏପ୍ରିଲ ୨୦୧୯ ବେଳକୁ ୧୭.୩% ରୁ ୧ ଜାନୁୟାରୀ, ୨୦୨୩ ରେ ୧୪.୯% କୁ ହ୍ରାସ ପାଇଅଛି ଯେତେବେଳେ କି ଭାରତୀୟ ରେଳବାଇରେ ଜାତୀୟ ସ୍ତରରେ ମୋଟ ମଞ୍ଜୁରୀପ୍ରାପ୍ତ କାର୍ଯ୍ୟ ଶକ୍ତି ୧ ଜାନୁୟାରୀ, ୨୦୨୩ ରେ ଶତକଡ଼ା ୨୧.୨% ଅଟେ ।

ଏହା ସୂଚିତ କରେ ଯେ ପୂର୍ବ ତଟ ରେଳବାଇରେ ଏହି ପଦବୀଗୁଡ଼ିକ ନିୟମିତ ଭାବରେ ପୂରଣ ହେଉଛି । ରେଳବାଇରେ ନିରାପତା ହେଉଛି ସର୍ବୋଚ୍ଚ ପ୍ରାଥମିକତା । ଯେହେତୁ ଏହା ଏକ ସମ୍ବେଦନଶୀଳ ବିଷୟ, ଏଥିପାଇଁ ଅନେକ ବିଭାଗ ଜଡିତ । ରେଳ ଚଳାଚଳ କ୍ଷେତ୍ରରେ ନିରାପତା ସମ୍ବନ୍ଧୀୟ ସମ୍ବେଦନଶୀଳ ବିଷୟରେ ରେଳବାଇ ସର୍ବଦା ଅବଗତ ଅଛି । ପୂର୍ବ ତଟ ରେଳପଥ କ୍ରମାଗତ ଭାବରେ ଏହାର ମାନବ ସମ୍ବଳ ବିଷୟବସ୍ତୁକୁ ନଜର ରଖି ନିରନ୍ତର ଭାବେ ଖାଲି ପଦବୀ ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଅଛି ।

Get real time updates directly on you device, subscribe now.