fbpx

ଓଜନ ହଟେଇବା ପାଇଁ ସବୁଠାରୁ ସହଜ ଉପାୟ , ନିତିନ ଗଡ଼କରୀ କମେଇଲେ ୪୫ କେଜି

ନୂଆଦିଲ୍ଲୀ:ବର୍ତ୍ତମାନ ସମୟରେ ଓଜନ ବୃଦ୍ଧି ପାଇବା ସାମାନ୍ୟ କଥା ଆଉ ଏହା ସହିତ ଏହାକୁ କିପରି ହ୍ରାସ କରି ହେବ ତାହାକୁ ନେଇ ବିଭିନ୍ନ ଉପାୟ ମଧ୍ୟ ଅଛି । ତେବେ ଆପଣ ଯଦି ଓଜନ ହ୍ରାସ କରୁଛନ୍ତି ଖାଦ୍ୟପେୟ ଠିକ ରଖିବା ସହିତ ୱାର୍କଆଉଟ ମଧ୍ୟ କରିବା ଆବଶ୍ୟକ । କାହା ଶରୀରରେ କଣ କାର୍ଯ୍ୟ କରିବ ତାହା ମଧ୍ୟ ଚିନ୍ତା କରିବାକୁ ପଡିବ । କିନ୍ତୁ ଆପଣ ଏଭଳି କିଛି ଉପାୟ ରହିଛି ଯାହା ଦ୍ୱାରା ଆପଣଙ୍କୁ ଖାଇବାରେ କୌଣସି ପରିବର୍ତ୍ତନ କରିବାକୁ ପଡିବ ନାହିଁ ଆଉ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ତେବେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଏହି ଉପାୟକୁ ଅବଲମ୍ବନ କରିବା ଦ୍ୱାରା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବହୁ ପରିବର୍ତ୍ତନ ଆସିଛି । ଏହା ଫର୍ମୁଲା ଆପଣେଇ ୧୩୫ କେଜିରୁ ୮୯ କେଜି ଓଜନ ହ୍ରାସ କରିଛନ୍ତି । ସୂଚନା ଅନୁସାରେ ସେ ୪୫ କେଜି ଓଜନ କମ କରିଛନ୍ତି ।

ଗଡକରୀଙ୍କ ପ୍ଲାନ:ଆଗରୁ ଗଡକରୀଙ୍କ ଓଜନ ପ୍ରାୟ ୧୩୫ କେଜି ରହିଥିବା ବେଳେ ଏବେ ତାଙ୍କର ଓଜନ ୮୯କୁ ହ୍ରାସ ହୋଇଯାଇଛି । କାରଣ ସେ କହିଛନ୍ତି ଯେ ମୁଁ କେବେ ପ୍ରାଣାୟାମ କରିବା ଭୁଲେ ନାହିଁ । ଶରୀରକୁ ସୁସ୍ଥ ରଖିବା ପାଇଁ ଆମକୁ ଯୋଗ କରିବା ଦରକାର । କାରଣ ଶରୀର ସମସ୍ତଙ୍କ ପାଇଁ ସବୁ ଠାରୁ ଉର୍ଦ୍ଧରେ ରହିବା ଆବଶ୍ୟକ ।

ବ୍ରେକ ଫାଷ୍ଟ ଖାଇବା ନିହାତି ଆବଶ୍ୟକ: ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ଉପାୟ କହିଛନ୍ତି । ଏହା ଭିତରେ ମୁଖ୍ୟ ହେଉଛି ଆପଣଙ୍କୁ ବ୍ରେକଫାଷ୍ଟ କରିବାକୁ ପଡିବ । ଏହା ସହିତ ବଡ ପାତ୍ର ଛାଡି ଛୋଟ ପାତ୍ରରେ ଖାଇବା ଆରମ୍ଭ କରନ୍ତୁ । କାରଣ ଖାଦ୍ୟ କଣ୍ଟ୍ରୋଲ କରିବା ଆପଣଙ୍କ ହାତରେ ଅଛି ତେଣୁ ଆପଣଙ୍କ ମନ ପସନ୍ଦର ଖାଦ୍ୟ ଖାଆନ୍ତୁ କିନ୍ତୁ ଅଳ୍ପ ମାତ୍ରାରେ ଖାଆନ୍ତୁ ।

Get real time updates directly on you device, subscribe now.