ମକା ଖାଉଛନ୍ତି କି? ହୋଇଯାଆନ୍ତୁ ସାଵଧାନ, ନଚେତ…

ମକା ଖାଉଥିଲେ ହୋଇଯାଆନ୍ତୁ ସାଵଧାନ

ଓଡିଶା ଭାସ୍କର: ବର୍ଷାଦିନେ ଗରମ ମକା ଖାଇବାର ମଜା ହିଁ କିଛି ଅଲଗା ଥାଏ। ଲୁଣ ଏବଂ ଲେମ୍ବୁ ସହିତ ସିଝା ମକା, କେବଳ ସ୍ୱାଦିଷ୍ଟ ଲାଗେନି, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ। ଏଥିରେ ଫାଇବର, ଭିଟାମିନ୍ ଏବଂ ଖଣିଜ ପଦାର୍ଥ ଭରପୂର, ଯାହା ପାଚନ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ। କିନ୍ତୁ ମକା ଖାଇବା ସମସ୍ତଙ୍କ ପାଇଁ ଭଲ ହୋଇନଥାଏ।

ଡାଇବେଟିସ ରୋଗୀ: ମକାରେ ପ୍ରାକୃତିକ ଚିନି ଏବଂ କାର୍ବୋହାଇଡ୍ରେଟ୍ ଅଧିକ ପରିମାଣରେ ଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରେ। ଡାଇବେଟିସ ରୋଗୀ ଏହାର ପରିମାଣକୁ ନିୟନ୍ତ୍ରଣରେ ରଖିବା ଉଚିତ ନଚେତ୍ ଦେହ ବହୁତ ଖରାପ ହେବାର ସମ୍ଭାବନା ରହିଥାଏ।

ପାଚନ ସମସ୍ୟା: ମକାରେ ଅଧିକ ଫାଇବର ଥାଏ, ଯାହା ହଜମ ପାଇଁ ଭଲ। କିନ୍ତୁ ଯେଉଁମାନଙ୍କର ପେଟ ଫୁଲିବା, ଗ୍ୟାସ୍ କିମ୍ବା IBS ସମସ୍ୟା ଅଛି, ସେମାନଙ୍କ ପାଇଁ ଏହା ଖରାପ।

ଆଲର୍ଜିରେ ପୀଡିତ ଲୋକମାନେ: କିଛି ଲୋକଙ୍କୁ ମକା ପ୍ରତି ଆଲର୍ଜି ଥାଏ, ଯାହା ଚର୍ମରେ ଫୋଟକା, କୁଣ୍ଡାଇ ହେବା, ଶ୍ୱାସକ୍ରିୟାରେ ସମସ୍ୟା ଇତ୍ୟାଦି ସୃଷ୍ଟି କରେ।

ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଥିବା ଲୋକମାନେ: ମକା, କ୍ୟାଲୋରୀ ଏବଂ କାର୍ବୋହାଇଡ୍ରେଟରେ ଭରପୂର। ଯେଉଁମାନେ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ଏହାଠୁ ଦୁରେଇ ରହିବା ଉଚିତ।

କିଡ୍‌ନୀ ରୋଗୀ: ମକାରେ ପୋଟାସିୟମ୍ ଏବଂ ଫସଫରସ୍ ଥାଏ, ଯାହା କିଡ୍‌ନୀ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇପାରେ।

ହୃଦରୋଗୀ: ଯଦି ମକା ଅଧିକ ଲୁଣ କିମ୍ବା ବଟର ସହିତ ଖିଆଯାଏ, ତେବେ ଏହା ହୃଦରୋଗୀମାନଙ୍କ ପାଇଁ ବିପଦଜନକ ହୋଇପାରେ। ଅତ୍ୟଧିକ ସୋଡିୟମ ଏବଂ ଚର୍ବି ହାର୍ଟକୁ କ୍ଷତି ପହଞ୍ଚାଇଥାଏ।