fbpx

ଭେଣ୍ଡି ଖାଇଲେ ଏହି ରୋଗରୁ ପାଇବେ ଉପଶମ, ପାଖ ମାଡିବନି ଡାଇବେଟିସ୍ !

ଆପଣ ଜାଣିଛନ୍ତି କି ଭେଣ୍ଡିରେ କେଉଁ ଭିଟାମିନ୍ ଭରପୁର ରହିଛି , ଖାଇଲେ କ’ଣ ଫାଇଦା ମିଳିଥାଏ । ଆଜ୍ଞା ହଁ ଆମେ ଏହା ବତାଇ ଦେବୁ । ଖରା ଦିନ ଆସିବା ମାତ୍ରେ ବଜାରରେ ତାଜା ଏବଂ ସବୁଜ ଭେଣ୍ଡି ଆସିଥାଏ । ଭେଣ୍ଡି ଅଧିକାଂଶ ଲୋକଙ୍କ ପ୍ରିୟ ପନିପରିବା ମଧ୍ୟରୁ ଅନ୍ୟତମ । ଭେଣ୍ଡିକୁ ଯେଉଁ ଭାବରେ ପ୍ରସ୍ତୁତ କଲେ ତାହାର ସ୍ୱାଦକୁ ଭଲ ଲାଗେ । ଭେଣ୍ଡି କେବଳ ଏକ ସୁସ୍ୱାଦୁ ପନିପରିବା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀ ଖାଦ୍ୟ ହୋଇଥାଏ ।

ଏହି ପରିବାରେ ଭଲ ପରିମାଣର ଭିଟାମିନ୍-ସି ଅଛି । ଯାହକୁ ଖାଇବା ଦ୍ୱାରା ଚର୍ମକୁ ସୁସ୍ଥ ରଖିଥାଏ । ଏହା ବ୍ୟତୀତ ମ୍ୟାଗ୍ନେସିୟମ୍, ପୋଟାସିୟମ୍, କ୍ୟାଲସିୟମ୍, କାର୍ବୋହାଇଡ୍ରେଟ୍, ଫାଇବର ଏବଂ ଫ୍ୟାଟି ଏସିଡ୍ ମିଳିଥାଏ । ଏହି ପରିବାରେ ଭଲ ପରିମାଣରେ ଭିଟାମିନ୍-ସି ଅଛି । ଯାହକୁ ଖାଇବା ଦ୍ୱାରା ଚର୍ମକୁ ସୁସ୍ଥ ରଖିଥାଏ । ଏହା ବ୍ୟତୀତ ମ୍ୟାଗ୍ନେସିୟମ୍, ପୋଟାସିୟମ୍, କ୍ୟାଲସିୟମ୍, କାର୍ବୋହାଇଡ୍ରେଟ୍, ଫାଇବର ଏବଂ ଫ୍ୟାଟି ଏସିଡ୍ ମିଳିଥାଏ ।

ହାର୍ଟକୁ ସୁସ୍ଥ ରଖେ-
ହୃଦ୍ ରୋଗୀଙ୍କ ପାଇଁ ଭେଣ୍ଡି ମଧ୍ୟ ଅତ୍ୟନ୍ତ ଉପକାରୀ ପନିପରିବା ଭେଣ୍ଡିରେ ପେକ୍ଟିନ୍ ନାମକ ଏକ ଉପାଦାନ ଥାଏ । ଯାହା ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରେ ଏବଂ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଶରୀରରେ ଖରାପ୍ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ । ଯେଉଁ ଲୋକ ପ୍ରତିଦିନ ଭେଣ୍ଡି ଖାଉଛନ୍ତି ସେମାନଙ୍କ ପାଖରେ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ ।

ମଧୁମେହକୁ ନିୟନ୍ତ୍ରଣ କରେ-
ଯେଉଁମାନଙ୍କର ରକ୍ତରେ ସୁଗାର ଲେବଲ୍ ଅଧିକ ରହିଥାଏ, ସେମାନେ ଭେଣ୍ଡି ଖାଇବା ଉଚିତ୍ । ଭେଣ୍ଡିରେ ଆଣ୍ଟି-ହାଇପରଗ୍ଲାଇସେମିକ୍ ଏବଂ ଆଣ୍ଟି-ଡାଇବେଟିସ୍ ତତ୍ତ୍ୱ ଥାଏ । ଯାହା ରକ୍ତରେ ଗ୍ଲୁକୋଜର ସ୍ତରକୁ ହ୍ରାସ କରିଥାଏ । ଭେଣ୍ଡିରେ ଥିବା ଫାଇବର ରକ୍ତରେ ଗ୍ଲୁକୋଜକୁ ନିୟନ୍ତ୍ରଣ କରିବାରେ ଲାଭଦାୟକ ହୋଇଥାଏ ।

ଓଜନ ହ୍ରାସ କରେ-
ଭେଣ୍ଡି ଖାଇବା ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଭେଣ୍ଡିରେ ମିଳୁଥିବା ଔଷଧିୟ ଗୁଣ ରହିଥାଏ ଭେଣ୍ଡିରେ ଫାଇବରରେ ଭରପୂର ମାତ୍ରାରେ ରହିଥାଏ । ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ପତଳା ହେବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଭେଣ୍ଡିକୁ ଡାଏଟରେ ସାମିଲ୍? କରନ୍ତୁ ।

ହଜମକ୍ରିୟା ମଜବୁତ୍ ରଖେ-
ଯେଉଁମାନଙ୍କର ହଜମକ୍ରିୟା ସହ ଜଡିତ ସମସ୍ୟା ଅଛି ସେମାନେ ଭେଣ୍ଡି ଖାଇବା ନିହାତି ଜରୁରୀ । ଭେଣ୍ଡିରେ ଅନେକ ଔଷଧିୟ ଗୁଣ ରହିଛି । ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ । ଗ୍ରୀଷ୍ମ ଋତୁରେ ପେଟ ଜନିତ ସମସ୍ୟା ଏବଂ ପୀଡିତ ବ୍ୟକ୍ତିମାନେ ନିଶ୍ଚିତ ଭାବରେ ଭେଣ୍ଡି ଖାଇବା ଉଚିତ୍ ।

Get real time updates directly on you device, subscribe now.