ଆସିଲା ଖୁସି ଖବର, ଶସ୍ତା ହୋଇଗଲା ଖାଇବା ତେଲ, ଜାଣନ୍ତୁ କାହାର ଦାମ୍ କେତେ

ନୂଆଦିଲ୍ଲୀ: କରୋନା ସମୟରେ ଖାଇବା ତେଲର ବର୍ଦ୍ଧିତ ମୂଲ୍ୟକୁ ନେଇ ଜନସାଧାରଣ ଚିନ୍ତିତ ଥିବା ବେଳେ ଏବେ ସେଥିରେ ବିରାମ ଲାଗିଛି । ସୋରିଷ ତେଲ ସହ ଅନ୍ୟ ସମସ୍ତ ଖାଇବା ତେଲର ଦାମ୍ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ତେଲର ମୂଲ୍ୟ ହ୍ରାସ ପାଇବା ଫଳରେ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଛି । ଦିଲ୍ଲୀ ବଜାରରେ ସୋୟାବିନ, ପାମୋଲିନ, ବାଦାମ, ବିନୋଲା ଆଦି ତେଲର ମୂଲ୍ୟରେ ହ୍ରାସ ଘଟିଛି ।

ବଜାର ସୂତ୍ରରୁ ଜଣାପଡ଼ିଛି ଯେ, ଆମଦାନୀ ହୋଇଥିବା ତେଲ ତୁଳାନରେ ଗତ ମାର୍ଚ୍ଚ, ଏପ୍ରିଲ ଓ ମଇ ମାସରେ ସୋରିଷ ତେଲର ବ୍ୟବହାର ବୃଦ୍ଧି ପାଇଥିଲା । ସୋରିଷ ତେଲରେ ଅନ୍ୟ କୌଣସି ତେଲର ମିଶ୍ରଣ ନେଇ ଗତ ୮ ତାରିଖରେ ଖାଦ୍ୟ ନିୟନ୍ତ୍ରଣ ବିଭାଗ ପକ୍ଷରୁ ନିଷେଧାଦେଶ ଜାରି କରାଯିବା ପରେ ସୋରିଷ ତେଲର ଚାହିଦା ବଢ଼ିଥିଲା । ଶୁଦ୍ଧ ସୋରିଷ ତେଲର ଉପଲବ୍ଧତା ହେତୁ ଆଗକୁ ଏହି ତେଲର ଚାହିଦା ବଢ଼ିବ ବୋଲି କୁହାଯାଇଛି ।

କେଉଁ ତେଲ କେତେ ହେଲା ଶସ୍ତା:

ସୋରିଷ ବିହନର ମୂଲ୍ୟ କ୍ୱିଣ୍ଟାଲ ପିଛା ୭,୨୭୫ରୁ ୭୩୨୫ ଟଙ୍କା ରହିବା ଫଳରେ ୧୫୦ ଟଙ୍କା ଲାଭ ହୋଇଛି । ସେହିପରି ସୋରିଷ ଦାଦରିର ମୂଲ୍ୟ ୧୫୦ ଟଙ୍କା ବୃଦ୍ଧି ପାଇଁ କ୍ୱିଣ୍ଟାଲ ପିଛା ୧୫,୨୫୦ ଟଙ୍କା ହୋଇଛି । ସୋୟାବିନ ତେଲର ରପ୍ତାନୀ ଚାହିଦା ବୃଦ୍ଧି ପାଇବା ଫଳରେ କ୍ୱିଣ୍ଟାଲ ପିଛା ସୋୟାବିନ ଦାନା ୭୪୫୦ରୁ ୭୫୦୦ ଟଙ୍କା ଓ ଲୁଜ୍ ୭୩୫୦ରୁ ୭୪୦୦ ମଧ୍ୟରେ ପହଞ୍ଛିଛି । ଫଳରେ ଏଥିରୁ ଲାଭ ଯଥାକ୍ରମେ ୩୦୦ ଓ ୨୫୦ ଟଙ୍କା ହୋଇଥିବା ଜଣାପଡ଼ିଛି ।