କିଶୋରନଗର ବିଡିଓଙ୍କୁ ନିର୍ବାଚନ ମନା: ପଞ୍ଚାୟତ ନିର୍ବାଚନ କାର୍ଯ୍ୟରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବିଡିଓଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନିର୍ବାଚନ କାର୍ଯ୍ୟରୁ ବିଡିଓଙ୍କୁ ନିବୃତ୍ତ ରହିବା ପାଇଁ କମିଶନଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । କିଶୋରନଗର ବିଡିଓ ସ୍ୱରୂପାନନ୍ଦ ସାହୁଙ୍କୁ ନିର୍ବାଚନ କାର୍ଯ୍ୟ ନ ଦେବାକୁ ଜିଲ୍ଳାପାଳଙ୍କୁ ନର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ସ୍ୱରୂପାନନନ୍ଦଙ୍କୁ କାହିଁକି ନିର୍ବାଚନ ଦାୟିତ୍ୱରୁ ଉଠାଯାଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳି ନାହିଁ । କିନ୍ତୁ ତାଙ୍କ ବିରୁଦ୍ଧରେ କିଛି ଅଭିଯୋଗ କିମ୍ବା ନିର୍ବାଚନର ନିୟମ ବିରୋଧୀ କୌଣସି କାର୍ଯ୍ୟକଳାପ ପରି ଲକ୍ଷିତ ହୋଇ ଥିବାରୁ ଏପରି ଏକ ନିଷ୍ପତ୍ତି ନିଆଯାଇଥିବା ସନ୍ଦେହ କରାଯାଉଛି ।
ସେପଟେ ଆଜି ଗଞ୍ଜାମ ଜିଲ୍ଲାର ପାତ୍ରପୁର ବିଡିଓଙ୍କୁ ମଧ୍ୟ ଅଟକ ରଖିଛନ୍ତି ଗ୍ରାମବାସୀ । ଭୋଟର ଲିଷ୍ଟରେ ନିଁ ନଥିବାରୁ ଧାଡିଆମ୍ବ ଗ୍ରାମର କିଛି ଉତ୍ୟକ୍ତ ଲୋକେ ତାଙ୍କୁ ଆକ୍ରମଣ କରିଛନ୍ତି । ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଶେଷ କରି ଫେରିବା ସମୟରେ ତାଭ୍କ ଉପରକୁ ଏହି ଆକ୍ରମଣ ହୋଇଥିବା ଜଣାଯାଇଛି ।