fbpx

ବିଧାନସଭା ନିର୍ବାଚନ: କଟକଣା କୋହଳ କଲେ ନିର୍ବାଚନ ଆୟୋଗ,ପୂର୍ଣ୍ଣ କ୍ଷମତାରେ ରାଲି, ରୋଡ୍ ସୋ’କୁ ଅନୁମତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିର୍ବାଚନ ପ୍ରଚାର ପାଇଁ କଟକଣା ଆହୁରି କୋହଳ କଲେ ଭାରତୀୟ ନିର୍ବାଚନ ଆୟୋଗ । ଏଣିକି ପୂର୍ଣ୍ଣ କ୍ଷମତାରେ ରାଲି, ଜନସଭା ହୋଇପାରିବ । ଜିଲ୍ଲା କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ରୋଡ୍ ସୋ’ ମଧ୍ୟ କରିପାରିବେ ପ୍ରାର୍ଥୀ । କରୋନା ସଂକ୍ରମଣ ହ୍ରାସ ପରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ।

ସୂଚନାଯୋଗ୍ୟ, କରୋନା ମହାମାରୀ ମଧ୍ୟରେ ନିର୍ବାଚନ କରାଯାଉଥିବାର ସଂପୂର୍ଣ୍ଣ ଭାବରେ ନିୟମ ମାନି ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଚାର, ଜନସଭା ଆଦି କଟକଣା ମଧ୍ୟରେ ଆୟୋଜନ କରିବାକୁ ନିର୍ଦ୍ଦେଶ ରହିଛି । ତେବେ ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ପୂର୍ଣ୍ଣ କ୍ଷମତାରେ ରାଲି, ରୋଡ ସୋ କୁ ଅନୁମତି ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ।

Get real time updates directly on you device, subscribe now.