ଅତୀତର ବିକଳ ସ୍ୱର: ନିର୍ଯ୍ୟାତନାର କାରୁଣିକ ଦୃଶ୍ୟକୁ ମନେପକାଇଲେ ବାଂଲାଦେଶୀ ହିନ୍ଦୁ

ନୂଆଦିଲ୍ଲୀ: ଭାରତର ସ୍ୱାଧୀନତା ପରେ ବାଂଲାଦେଶରେ ସାମାଜିକ-ରାଜନୈତିକ ଅସ୍ଥିରତାର ପ୍ରଭାବ ସୀମା ଉପରେ ପଡିଥିଲା, ଖାସକରି ଭାରତର ପଶ୍ଚିମବଙ୍ଗରେ ଏହାର ପ୍ରଭାବ ଅଧିକ ପଡିଛି। ବିଭାଜନ ସମୟରେ ଆନ୍ଦୋଳନ ଯୋଗୁଁ ବାଂଲାଦେଶରୁ ଲକ୍ଷ ଲକ୍ଷ ଲୋକେ ବିସ୍ଥାପିତ ହୋଇଛନ୍ତି, ଯେଉଁମାନେ ପଶ୍ଚିମବଙ୍ଗ, ତ୍ରିପୁରା, ଆସାମ ଏବଂ ମେଘାଳୟ ପରି ଭାରତୀୟ ରାଜ୍ୟରେ ଆଶ୍ରୟ ନେଇଥିଲେ। ବହୁ ବର୍ଷ ପରେ ବାଂଲାଦେଶ ଅଶାନ୍ତିର ସମ୍ମୁଖୀନ ହୋଇଛି ଏବଂ ଏଥିରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଏହି ପରିସ୍ଥିତିର ମୁକାବିଲା କରୁଛନ୍ତି। ପଡୋଶୀ ଦେଶରେ ସଂଖ୍ୟାଲଘୁ ହିନ୍ଦୁ ସୁରକ୍ଷା ପାଇଁ ଦାବି କରୁଛନ୍ତି। ଏପରି କିଛି ସଂପ୍ରଦାୟର ଲୋକେ ବାଂଲାଦେଶରେ ଭୋଗିଥିବା ସମସ୍ୟାକୁ ବାଖ୍ୟା କରିଛନ୍ତି।

୧୯୭୧ରେ ଭାରତକୁ ପଳାଇଆସିଥିବା ସୁଶୀଲ ଗଙ୍ଗିପାଧ୍ୟାୟ ବାଂଲାଦେଶର ନୋଆଖଲୀ ଜିଲ୍ଲାରେ ବିତାଇଥିବା ସମୟକୁ ମନେପକାଇଛନ୍ତି। ସେ କହିଛନ୍ତି ଯେ, ଆମର ଏକ ବଡ଼ ପରିବାର ଏବଂ ବହୁତ ବଡ଼ ଜମି ଥିଲା। ହେଲେ ସ୍ୱାଧୀନତା ସଂଗ୍ରାମ ସମୟରେ ପାକିସ୍ଥାନୀ ସେନା ଏବଂ ଆନ୍ଦୋଳନକାରୀ ଆମ ଉପରେ ଆକ୍ରମଣ କରିଥିଲେ। ଘରେ ଜଳାଇଦିଆଗଲା ଏବଂ ଅନେକ ଲୋକଙ୍କୁ ବିନା ଦୋଷରେ ହତ୍ୟା କରାଗଲା। ସ୍ୱାଧୀନତାର ପରେ, ବହୁସଂଖ୍ୟକ ସଂପ୍ରଦାୟ ତାଙ୍କ ସହ ଏପରି ଶତ୍ରୁତା କରିଥିଲେ ଯେ, ସେ ଭାରତରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ।

ବର୍ତ୍ତମାନ ପରିସ୍ଥିତିକୁ ଦେଖି ସୁଶୀଲ କହିଛନ୍ତି ଯେ, ବାଂଲାଦେଶରେ ଲୋକଙ୍କ ପ୍ରତି ହେଉଥିବା କ୍ରୁରତାକୁ ଦେଖି ହୃଦୟ ଭାଙ୍ଗିପଡୁଛି। ସେଠାରେ ଆମ ଭାଇମାନଙ୍କ ସହ ସେଠାରେ କ୍ରୁରତା କରାଯାଉଛି। ତେବେ ଆମେ ବାଂଲାଦେଶରେ ଭାରତଛାଡ ଆନ୍ଦୋଳନ କରିବା ଉପରେ ବିଚାର କରିବାକୁ ପଡିବ।

୧୯୭୧ ମସିହାକୁ ମନେପକାଇ ବନଗାଁର ଅନିମା ଦାସ କହିଛନ୍ତି ଯେ, ସେ ବାଂଲାଦେଶରୁ ପଳାୟନ କରିବା ସମୟରେ ଗର୍ଭବତୀ ଥିଲେ। ମୋ ପୁଅ ଛୋଟ ଥିଲା ଏବଂ ମୋ ଝିଅ ଗର୍ଭରେ ଥିଲା। ଦେଶ ଆନ୍ଦୋଳନରେ ଘେରି ରହିଥିଲା। ଆମ ଘର ଜାଳିଦେଲେ। ଡରରେ ମୃତ୍ୟୁ ବରଣ କରିଥିବା ଶ୍ୱଶୁର ଆମକୁ ଭାରତ ପଠାଇଥିଲେ। ଖାସକରି ପୁରୁଷଙ୍କ ବିରୋଧରେ ଦେଖିଥିବା ବ୍ୟାପକ ହିଂସାକୁ ଭୁଲିପାରୁନାହାନ୍ତି। ମୁଁ ସେବେଠାରୁ ଅନେକ ଥର ବାଂଲାଦେଶ ଗସ୍ତ କରିସାରିଛି, ହେଲେ ମୁଁ ସେଠାରେ ଦ୍ୱିତୀୟଥର ରହିବାକୁ ଚିନ୍ତା କରିପାରୁନି।

ସେହିପରି ବାଂଲାଦେଶରୁ ଆସିଥିବା ହରାଧନ ବିସ୍ୱାସ କହିଛନ୍ତି ଯେ, ସେହି ଆନ୍ଦୋଳନ ହିନ୍ଦୁ ସଂପ୍ରଦାୟଙ୍କୁ ଡରାଇକି ରଖିଥିଲେ। ଯେଉଁଥିରେ ଅନେକ ଲୋକେ ନିଜ ମାତୃଭୂମୀରୁ ପଳାୟନ କରିବା ଏବଂ ଭାରତରେ ଆଶ୍ରୟ ନେବା ପାଇଁ ବାଧ୍ୟ ହୋଇଥିଲେ। ବାଂଲାଦେଶରେ ସ୍ୱାଧୀନତାଠାରୁ ନେଇ ମୁକ୍ତି ସଂଗ୍ରାମ ଏବଂ ଏହାପରେ ହିନ୍ଦୁମାନେ ଐତିହାସିକ ଭାବେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହାପରେ ବି ଲୋକେ ସେଠାରେ ବାରମ୍ବାର ବିପଦର ସମ୍ମୁଖୀନ ହେଉଛନ୍ତି।

୧୯୫୬ ମସିହାରେ ଭାରତ ଆସିଥିବା ପରେଶ ଦାସ କହିଛନ୍ତି ଯେ, ମୋ ଆଖି ସାମ୍ନାରେ ମୋ ଜେଜେବାପାଙ୍କର ହତ୍ୟା କରାଯାଇଥିଲା। ଆମେ ଭୟରେ ଜମିବାଡି ତାଙ୍କୁ ଦେଇଥିଲୁ। ସେମାନେ ମୋ ଦାଦାଙ୍କ ଭାଇଙ୍କ ଉପରେ ଆକ୍ରମଣ କରିଥିଲେ। ହେଲେ ଆମେ ଭାରତରେ ଶାନ୍ତିରେ ରହୁଛୁ, କିନ୍ତୁ ବାଂଲାଦେଶରେ ଆମ ସଂପର୍କୀୟମାନେ ଏବେ ବି ଅତ୍ୟାଚାରର ଶିକାର ହେଉଛନ୍ତି।