fbpx

‘EVM କୌଣସି OTPରେ ଅନଲକ୍ ହୋଇନଥାଏ କି କୌଣସି ଡିଭାଇସରେ ସଂଯୋଗ ହୋଇନଥାଏ’: ହ୍ୟାକିଂ ଅଭିଯୋଗକୁ ଖାରଜ କଲେ ନିର୍ବାଚନ ଆୟୋଗ

Advertisement

ନୂଆଦିଲ୍ଲୀ: ଇଭିଏମ୍ ମେଶିନର ହ୍ୟାକିଂ ଅଭିଯୋଗକୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଖାରଜ କରିଛନ୍ତି । ଇଭିଏମ୍ କୌଣସି ଓଟିପିରେ ଅନଲକ୍ ହୋଇନଥାଏ କି କୌଣସି ଡିଭାଇସରେ ସଂଯୋଗ ହୋଇନଥାଏ । ଇଭିଏମକୁ ଅନଲକ୍ କରିବା ପାଇଁ କୌଣସି ଓଟିପିର ଆବଶ୍ୟକତା ପଡ଼ିନଥାଏ । ଓଭିଏମ୍ ଡିଭାଇସ କାହା ସହ ବି କନେକ୍ଟ ହୋଇନଥାଏ । ମିଡ଼ିଆ ଦ୍ୱାରା ଭୁଲ୍ ତଥ୍ୟ ପରିବେଷଣ କରାଯାଉଛି । ଏହାର ଇଣ୍ଟରନାଲ ଯାଞ୍ଚ କରାଯିବ କି ନାହିଁ ପୋଲିସ ଯାଞ୍ଚ ପରେ ତାହା ସ୍ଥିର କରାଯିବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ।

ଶିବସେନା ଶିନ୍ଦେ ଗ୍ରୁପର ସାଂସଦ ରବିନ୍ଦ୍ର ବାୟକରଙ୍କ ସଂପର୍କୀୟଙ୍କ ବିରୋଧରେ ମୁମ୍ବାଇ ପୋଲିସରେ ମାମଲା ଦାୟର କରାଯିବା ପରେ ପୁଣି ଥରେ ଇଭିଏମକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଏହି ମାମଲାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଏବେ ବିପକ୍ଷ ନେତାଙ୍କ ଅଭିଯୋଗକୁ ନେଇ ନିର୍ବାଚନ କମିଶନ ଏକ ପ୍ରେସ୍ କନଫରେନ୍ସ କରି ସ୍ପଷ୍ଟିକରଣ ଦେବା ସହ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଇଭିଏମକୁ ଅନଲକ୍ କରିବା ପାଇଁ କୌଣସି ଓଟିପିର ଆବଶ୍ୟକତା ପଡ଼ିନଥାଏ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।

ରିଟର୍ଣ୍ଣିଂ ଅଫିସର ବନ୍ଦନା ସୂର୍ଯ୍ୟବଂଶୀ କହିଛନ୍ତି, ଏହି ମାମଲାରେ କିଛି ଲୋକ ଟ୍ୱିଟ୍ କରିଛନ୍ତି । ଇଭିଏମକୁ ଅନଲକ୍ କରିବାକୁ କୌଣସି ଓଟିପିର ଆବଶ୍ୟକତା ପଡ଼େ ନାହିଁ । ଇଭିଏମ୍ ଡିଭାଇସ କାହା ସହ ବି କନେକ୍ଟ ହୋଇନଥାଏ । ମିଡ଼ିଆ ଦ୍ୱାରା ଭୁଲ୍ ତଥ୍ୟ ଦିଆଯାଇଛି । ଏଭିଏମ ଷ୍ଟାଣ୍ଡଆଲୋନ୍ ସିଷ୍ଟମ ଅଟେ । ଆମେ ପେପରକୁ ନୋଟିସ ଇସ୍ୟୁ କରୁଛି ଏହି ଖବର ଭୁଲ୍ ଅଟେ । କୋର୍ଟଙ୍କ ଅର୍ଡର ବିନା ଆମେ ସିସିଟିଭି ଫୁଟେଜ କାହାକୁ ଦେଇ ପାରିବୁ ନାହିଁ । ଇଭିଏମ୍ କୌଣସି ପ୍ରୋଗ୍ରାମ ପାଇଁ ନୁହେଁ ଓ ଏହାକୁ ହ୍ୟାକ୍ କରାଯାଇ ପାରିବ ନାହିଁ । ନିର୍ବାଚନ ଆୟୋଗଙ୍କ ଅଭିଯୋଗ ପରେ ଏଫଆଇଆର ଦାୟର କରାଯାଇଛି ।

Get real time updates directly on you device, subscribe now.