ଅନୀଲ ଅମ୍ବାନୀଙ୍କୁ କେଉଁ ପ୍ରଶ୍ନ ପଚାରିଲା ଇଡି, ୧୦ ଘଣ୍ଟା ଚାଲିଥିଲା ଜେରା
ଇଡି କେଉଁ ପ୍ରଶ୍ନ ପଚାରିଲା ଅନୀଲ ଅମ୍ବାନୀଙ୍କୁ, ଜାଣନ୍ତୁ
ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ଅନୀଲ ଅମ୍ବାନୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ସ୍ଥିତ ନିଜ ହେଡକ୍ୱାର୍ଟରରେ ପଚରାଉଚରା କରିଛି । ଏହି ମାମଲା କୋଟି କୋଟି ଟଙ୍କାର ବ୍ୟାଙ୍କ ଲୋନ ଡାଇଭର୍ଜନ ଫ୍ରଡ୍ ସହ ଜଡ଼ିତ ।
ଅନୀଲ ଅମ୍ବାନୀଙ୍କୁ ହାରାହାରି ୧୦ ଘଣ୍ଟା କାଳ ଜେରା କରାଯାଇଛି। ବର୍ତ୍ତମାନ ତାଙ୍କୁ ଆସନ୍ତା ସପ୍ତାହରେ ପଚରାଉଚରା ପାଇଁ ଡକାଯାଇଛି।
ସୂଚନା ମୁତାବକ, ଇଡି ଅନୀଲ ଅମ୍ବାନୀଙ୍କୁ ସେଲ କମ୍ପାନୀଗୁଡ଼ିକୁ ଦିଆଯାଇଥିବା ଲୋନ ବିଷୟରେ ଜେରା କରିଛନ୍ତି । ତାଙ୍କୁ ପଚରାଯାଇଥିଲା ଯେ, କଣ ସେ କୌଣସି ରାଜନୈତିକ ଦଳକୁ ଟଙ୍କା ଦେଇଥିଲେ ଏବଂ କୌଣସି ଅଧିକାରୀଙ୍କୁ ଲାଞ୍ଚ ଦେଇଥିଲେ ।
ଏହି ସମୟରେ ଅନୀଲ ଅମ୍ବାନୀ ଏହାର କୌଣସି ପ୍ରକାର ଉତ୍ତର ଦେଇନାହାନ୍ତି। ଇଡି ଅନୁସାରେ, ସରକାରୀ ଏବଂ ପ୍ରାଇଭେଟ ବ୍ୟାଙ୍କଗୁଡ଼ିକର ବରିଷ୍ଠ ଅଧିକାରୀମାନଙ୍କୁ ଲାଞ୍ଚ ଦେଇ ଲୋନ ହାସଲ କରାଯାଇଥିଲା। ଅନୀଲ ଅମ୍ବାନୀ ଏହି ସମସ୍ତ ଡିଟେଲ୍ସକୁ ଭେରିଫାଏ କରିବା ଲାଗି ସମୟ ମାଗିଛନ୍ତି ।
ମଙ୍ଗଳବାର ସକାଳ ୧୧ଟାରେ ଅନୀଲ ଅମ୍ବାନୀ ଇଡି ଅଫିସରେ ଜେରା ପାଇଁ ପହଞ୍ଚିଥିଲେ। ପ୍ରଶ୍ନକାଳ ସମୟରେ ଅନୀଲଙ୍କର କୌଣସି ଓକିଲ ମଧ୍ୟ ନଥିଲେ । ଏହି ପ୍ରଶ୍ନକାଳର ଭିଡିଓଗ୍ରାଫି ମଧ୍ୟ କରାଯାଇଛି । କାରଣ ପିଏମଏଲଏ ଅନୁଯାୟୀ, ଜାରି ହୋଇଥିବା ବୟାନ କୋର୍ଟରେ ପ୍ରମାଣ ରୂପେ ଦାଖଲ କରାଯିବ।