fbpx

ଓଡ଼ିଶା ଆସୁଛନ୍ତି ED ନିର୍ଦ୍ଦେଶକ, ଗୁରୁତ୍ୱପୂର୍ଣ୍ଣ ବୈଠକରେ ହେବେ ସାମିଲ

ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ମୁଖ୍ୟ ରାହୁଲ ନବୀନ । ତାଙ୍କ ଗସ୍ତ ସମୟରେ ସେ ଗରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବା ନେଇ କାର୍ଯ୍ୟକ୍ରମ ରହିଛି ।

ସୂତ୍ରରୁ ପ୍ରକାଶ ମଙ୍ଗଳବାର ରାତି ୮ଟା ପାଖାପାଖି ଭୁବନେଶ୍ୱର ବିମାନ ବନ୍ଦର ପହଂଚିବେ । ଏହା ପରେ ସେ ପୁରୀ ଅଭିମୁଖେ ଗସ୍ତ କରିବେ । ଅଗଷ୍ଟ ୨୮କୁ ପୁରୀ ଶ୍ରୀମନ୍ଦିର ଦର୍ଶନ କରିବେ । ଅଗଷ୍ଟ ୨୯ରେ ପୁରୀରୁ ଭୁବନେଶ୍ୱର ଫେରି ଇଡି କାର୍ଯ୍ୟାଳୟରେ ହେବାକୁ ଥିବା ଏକ ଗରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବେ । ଏହି ଦିନ ସମସ୍ତ କାର୍ଯ୍ୟକ୍ରମ ଶେଷ କରି ଅପରାହ୍ନ ୩ଟାରେ ଦିଲ୍ଲୀ ଫେରିଯିବେ ।

Get real time updates directly on you device, subscribe now.