ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ୨ଟି ସମନ ଜାରି କରାଯାଇଛି । ଅବକାରୀ ନୀତି ଏବଂ ଜଳ ବୋର୍ଡ ମାମଲାରେ ପୃଥକ ଭାବେ ସମନ ଜାରି କରାଯାଇଛି । ଅବକାରୀ ମାମଲାରେ ୯ମ ସମନ ଏବଂ ଏଥିପାଇଁ ତାଙ୍କୁ ୨୧ ତାରିଖରେ ହଜାର ହେବାକୁ ନୋଟିସ୍ ପଠାଯାଇଛି । ସେହିଭଳି ଜଳ ବୋର୍ଡ ମାମଲାରେ କାଲି ହାଜର ହେବାକୁ ନୋଟିସ୍ ମିଳିଛି ।
ଏହାପୂର୍ବରୁ ଇଡି କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ଆଠଥର ଡାକିସାରିଛନ୍ତି। କେଜ୍ରିୱାଲ ଗତ ଫେବୃଆରୀ ୨୭ ରେ ନୋଟିସ ପାଇଥିଲେ। ଏଥିରେ ତାଙ୍କୁ ମାର୍ଚ୍ଚ ୪ ରେ ଇଡି କାର୍ଯ୍ୟାଳୟକୁ ଆସିବାକୁ କୁହାଯାଇଥିଲା। କିନ୍ତୁ କେଜ୍ରିୱାଲ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ପରେ ହିଁ ସେ ଏଜେନ୍ସିରେ ହାଜର ହେବେ। ଏହି ମାମଲାରେ ଇଡି ରାଉଜ ଏଭେନ୍ୟୁ କୋର୍ଟରେ ପହଞ୍ଚିଥିଲା ଯେଉଁଠାରେ କେଜ୍ରିୱାଲଙ୍କୁ ମାର୍ଚ୍ଚ ୧୬ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
Enforcement Directorate (ED) has issued the ninth summons to Delhi Chief Minister and Aam Aadmi Party (AAP) supremo Arvind Kejriwal in a money laundering probe related to irregularities in the Delhi Excise Policy 2021-22 case asking him to join the investigation on March 21.… pic.twitter.com/583sgBAbLo
— ANI (@ANI) March 17, 2024