fbpx

Jobs 2024:୧.୭୭ ଲକ୍ଷ Salary ପାଇଁ ଏହି ସରକାରୀ ଚାକିରି, ତୁରନ୍ତ କରନ୍ତୁ ଆବେଦନ, ନହେଲେ ହାତରୁ ଖସିବ…

ଓଡିଶା ଭାସ୍କର: ଉତ୍ତରାଖଣ୍ଡ ପବ୍ଲିକ ସର୍ଭି କମିଶନ ନିକଟରେ ଲେକଚର ତଥା ଆସିଷ୍ଟାଣ୍ଟ ଲେକଚର ପଦରେ ଭର୍ତ୍ତି ପାଇଁ ଆବେଦନ ଆହ୍ନାନ କରିଥିଲା । ଆବେଦନ ପ୍ରକିୟା ବହୁ ସମୟରୁ ଚାଲିଥିଲା ଓ ଆଜି ହେଉଛି ତାହାର ଅନ୍ତିମ ଦିବସ । ଯେଉଁମାନେ ଏଥିରେ ଆବେଦନ କରି ନାହାନ୍ତି ଆଜି କରିପାରିବେ ।
ଅନଲାଇନ ଆବେଦନ

ୟୁକେପିଏସସିର ଏହିସବୁ ପଦ ପାଇଁ କେବଳ ଅନଲାଇନରେ ଆବେଦନ କରାଯାଇ ପାରିବ । ଏହା କରିବା ପାଇଁ ଆଶାୟୀଙ୍କୁ ଉତ୍ତରାଖଣ୍ଡ ଲୋକସେବା ଆୟୋଗର ଆଧିକାରୀକ ୱେବସାଇଟକୁ ଯିବାକୁ ପଡିବ । ଯାହା ହେଉଛି psc.uk.gov.in। ଏଠାରେ ଆଶାୟୀ କେବଳ ଆବେଦନ କରି ପାରିବେ ନାହିଁ ବରଂ ଏହା ବିଷୟରେ ବିଶଦଭାବରେ ଜାଣିପାରିବେ ।
ମୋଟ ପଦ
ଏହି ରିକ୍ରୁଟମେଣ୍ଟ ଡ୍ରାଇଭରେ ପ୍ରାୟ ୫୨୬ ପଦ ପୂରଣ ହେବ । ୫୨୫ ଟି ପଦ ଲେକଚରଙ୍କ ପାଇଁ ଥିବାବେଳେ ଗୋଟିଏ ପଦ ଆସିଷ୍ଟାଣ୍ଟ ଲେକଚରର ଅଟେ । ଏହା ସରକାରୀ ପଲିଟେକନିକ ଇନଷ୍ଟିଚୁଟ ପାଇଁ ଉଦ୍ଦିଷ୍ଟ । ଯାହା ଶିକ୍ଷା ବିଭାଗ ଅଧୀନରେ ଆସିଥାଏ ।
ଜରୁରୀ ତାରିଖ
ଏହିସବୁ ପଦରେ ଆବେଦନ କରିବାର ଶେଷ ତାରିଖ ଆଜି ଅଟେ । ମାତ୍ର ଖାଲି ଥିବା ପଦଗୁଡିକର ଫର୍ମ ଏଡିଟ କରିବାର ସମୟ ଅବଧି ହେଉଛି ୧୮ ଅଗଷ୍ଟରୁ ୨୭ ଅଗଷ୍ଟ ।
କିଏ କରିପାରିବ ଆବେଦନ
ଏହିସବୁ ପଦରେ ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ଆୟୁସୀମା ପଦ ଅନୁସାରେ ଅଲଗା ଅଲଗା ରହିଛି । ସେଥିପାଇଁ ଏହାର ବିସ୍ତୃତ ବିବରଣୀ ଆଧିକାରୀକ ୱେବସାଇଟରୁ ଜାଣିପାରିବେ । ସ୍ନାତକୋତ୍ତର କରିଥିବା ବିଦ୍ୟାର୍ଥୀ ଏଥିରେ ଆବେଦନ କରି ପାରିବେ । ତାହାସହ କେତେକ ପଦ ପାଇଁ ସ୍ନାତକ ଡିଗ୍ରୀ ଥିଲେ ବି ଚଳିବ । ଏହିସବୁ ପଦରେ ଆବେଦନ କରିବା ପାଇଁ ବୟସସୀମା ରହିଛି ୨୧ ରୁ ୪୨ ବର୍ଷ ।
କେମିତି ହେବେ ଚୟନ
ଏହିସବୁ ପଦରେ ଭର୍ତ୍ତି ପାଇଁ ଜଣକୁ ଅନେକ ଚୟନ ପ୍ରକିୟା ଦେଇ ଯିବାକୁ ପଡିବ । ପ୍ରଥମେ ଲିଖିତ ପରୀକ୍ଷା ଆୟୋଜିତ ହେବ ଓ ପରେ ସାକ୍ଷାତକାର ସହ ଡକ୍ୟୁମେଣ୍ଟ ଭେରିଫିକେଶନ ରହିବ । ଗୋଟିଏ ଚରଣ ପାସ କରିବା ପରେ ଜଣେ ଅନ୍ୟ ଚରଣକୁ ପ୍ରବେଶ କରି ପାରିବ ।
ଦରମା
ଏଥିରେ ଉତ୍ତୀର୍ଣ୍ଣ ହେବାପରେ ଜଣକୁ ପ୍ରତିମାସରେ ୫୬,୧୦୦ ଟଙ୍କାରୁ ୧,୭୭,୫୦୦ ଟଙ୍କା ମିଳିବ । ଏହି ସୈଲେରୀ ଲେଭଲ ୧୦ ଅନୁଯାୟୀ ଅଟେ । ପରୀକ୍ଷାର୍ଥୀଙ୍କୁ ଅପଡେଟ ଜାଣିବା ପାଇଁ ସମୟ ସମୟରେ ଏହାର ଆଧିକାରୀକ ୱେବସାଇଟକୁ ଯାଆନ୍ତୁ ।

Get real time updates directly on you device, subscribe now.