fbpx

୮ମାସର ଭାଇକୁ ପାଣି ଭାବି ଡିଜେଲ ପିଆଇଦେଲା ଭଉଣୀ, ବଞ୍ଚାଇପାରିଲେନି ଡାକ୍ତର

ଗାଡ଼ି ଚଲାଇବା ପାଇଁ ପେଟ୍ରୋଲ କିମ୍ବା ଡିଜେଲର ଆବଶ୍ୟକତା ରହିଥାଏ । ଏହି ପେଟ୍ରୋଲ ଏବଂ ଡିଜେଲ୍ ବେଶ୍ ବିପଦପୂର୍ଣ୍ଣ ହୋଇଥାଏ କାରଣ ଟିକିଏ ଅସାବଧାନ ହେଲେ କିଛିିବି ହୋଇପାରେ । ଆଉ ପୁଣି ଏହାକୁ ପିଲାଙ୍କ ଠାରୁ ଦୂରେଇ ରଖିବା ନିହାତି ଜରୁରୀ ହୋଇଥା । କାରଣ ଶିଶୁମାନେ କୌଣସି ଜିନିଷକୁ ଭଲଭାବେ ଚିହ୍ନି ଶିଖି ନଥାନ୍ତି ତେଣୁ ଏଭଳି ବିପଜ୍ଜନକ ଜିନିଷକୁ ଛୋଟ ପିଲାମାନଙ୍କଠୁ ଦୂରେଇ ରଖିବା ଉଚିତ୍ । କିନ୍ତୁ କିଛି ଲୋକଙ୍କ ବେପରୁଆ ନୀତି ପାଇଁ ଶିଶୁମାନେ ଏହି ପଦାର୍ଥ ସସ୍ପର୍ଶରେ ଆସି ବିପଦର ସମ୍ମୁଖୀନ ହୋଇ ଥାଆନ୍ତି ।

ତେବେ ଏହି ଡିଜେଲ ସଂସ୍ପର୍ଶରେ ଆସି ଜଣେ ନିରୀହ ଶିଶୁର ଜୀବନ ଚାଲିଯାଇଥିବା ଘଟଣା ସାମ୍ନାକୁ ଆସିଛି । ନୋଏଡ଼ାର ସେକ୍ଟର ୬୩ର ଛିଜାରସି ଗାଁରେ ଡିଜେଲ ପିଇବା ଦ୍ୱାରା ଏକ ୮ମାସର ଶିଶୁର ମୃତ୍ୟୁ ହୋଇଯାଇଛି । ୪ ବର୍ଷର ଭଉଣୀ ନିଜ ୮ ମାସର ଭାଇକୁ ପାଣି ଭାବି ଡିଜେଲ ପିଆଇବା ପରେ ଶିଶୁର ମୃତ୍ୟୁ ଘଟିଥିଲା । ଘରେ ପରିବାର ଲୋକ ଉପସ୍ଥିତ ଥିଲେ ମଧ୍ୟ ଏପରି ଅଘଟଣ ଘଟିଯାଇଛି ।

ସୂଚନା ଅନୂଯାୟୀ, ଘରେ ହଠାତ୍ ଶିଶୁଟି କାନ୍ଦିବାକୁ ଲାଗିଥିଲା । ଶିଶୁର କାନ୍ଦ ଶୁଣି ତା’ର ୪ବର୍ଷର ଭଉଣୀ ପାଖରେ ପଡ଼ିଥିବା ବୋତଲରୁ ଶିଶୁକୁ ପାଣି ପିଆଇଥିଲା । ବୋତଲରେ ପାଣି ନଥାଇ ଡିଜେଲ ଥିବା ବିଷୟରେ ଶିଶୁର ଭଉଣୀ ଜାଣି ନଥିଲା । ଡିଜେଲ ପିଇବା ପରେ ଶିଶୁଟି ଜୋରରେ କାନ୍ଦିବାକୁ ଲାଗିଥିଲା । କାନ୍ଦ ଶୁଣି ପରିବାର ଲୋକେ ଶିଶୁ ନିକଟରେ ପହଞ୍ଚିଥିଲେ । ଛୋଟ ଝିଅଟି ନିଜ ଭାଇକୁ ଡିଜେଲ ପିଆଇ ଦେଇଥିବା ଘର ଲୋକ ଜାଣିବା ପରେ ଶିଶୁକୁ ଡାକ୍ତରଖାନା ନେଇଥିଲେ । ୩ ଦିନ ଧରି ଡାକ୍ତରଖାନାରେ ଚିକିତ୍ସା ଚାଲିଥିଲେ ମଧ୍ୟ ଶିଶୁର ମୃତ୍ୟୁ ଘଟିଥିଲା । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ଜଣା ପଡ଼ିଛି ।

Get real time updates directly on you device, subscribe now.