fbpx
BJD SKY
BJD SKY

ବଡ଼ଧରଣର ସଡ଼କ ଦୁର୍ଘଟଣା: ୫୦୦ ମିଟର ଉଚ୍ଚତାରୁ ଖାଇକୁ ଖସିଲା କାର, ୮ ଜଣଙ୍କ ମୃତ୍ୟୁ

BJD

ନୂଆଦିଲ୍ଲୀ: ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଗୋଟିଏ କାର ୫୦୦ ମିଟର ଗଭୀର ବିଶିଷ୍ଟ ଏକ ଖାଇ ମଧ୍ୟକୁ ଖସି ପଡ଼ିବା ଫଳରେ ଏପରି ଭୟଙ୍କର ସ୍ଥିତି ଦେଖିବାକୁ ମିଳିଥିଲା । ଡେରାଡୁନର ପିଥୋରାଗଡ଼ରୁ ଆସିଛି ଏଭଳି ଏକ ଘଟଣା । ବାଗେଶ୍ୱର ଜିଲ୍ଲାର ସାମା ଦେଇ ଦେଇ ଯାଉଥିବା ସମୟରେ ଅଚାନକ ନିୟନ୍ତ୍ରଣ ହରାଇ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଏହି ଦୁର୍ଘଟଣା ଖବର ପାଇବା ପରେ ନିକଟସ୍ଥ ଥାନା ଅଧିକାରୀ ପୋଲିସ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ । ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀମାନେ ବୋଲେରୋରେ ମନ୍ଦିରକୁ ପୂଜା କରିବାକୁ ଯାଉଥିଲେ । ମାତ୍ର ରାସ୍ତା ଖରାପ କାରଣରୁ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସ୍ଥଳ ଏକ ପାହାଡ଼ିଆ ଅଞ୍ଚଳ ବୋଲି ଜଣାପଡ଼ୁଛି ।

ପାଖାପାଖି ଅଧ କିମି ଉଚ୍ଚତାରୁ ବୋଲେରୋଟି ତଳକୁ ଖସିବା ଫଳରେ ତାହା ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଛି । ଏହି ଦୁର୍ଘଟଣାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ସମସ୍ତ ୮ ଜଣ ଯାତ୍ରୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଏଥିସହିତ ଦୁର୍ଘଟଣାରେ ଆହତ ହୋଇଥିବା ୨ ଯାତ୍ରୀଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଛି । ମୃତକଙ୍କର ପରିଚୟ ମିଳିପାରି ନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଧାର୍ମିକ କାର୍ଯ୍ୟ ପାଇଁ ହସଖୁସିରେ ଯାଉଥିବା ସମୟରେ ଏହି ସମସ୍ତ ଯାତ୍ରୀଙ୍କ ଜୀବନକୁ ମାଡ଼ି ଆସିଥିଲା ଘୋର ବିପତ୍ତି ।

Get real time updates directly on you device, subscribe now.