fbpx

ବିଧାନସଭା ବଜେଟ୍ ଅଧିବେଶନର ଅଷ୍ଟମ ଦିନ: ମୁଲତବୀ ପ୍ରସ୍ତାବ ଉପରେ ହେବ ଆଲୋଚନା ଆଜି

ଭୁବନେଶ୍ୱର, ୨୬ା୨ (ଓଡିଶା ଭାସ୍କର): ଆଜି ବିଧାନସଭା ବଜେଟ୍ ଅଧିବେଶନର ଆଜି ଅଷ୍ଟମ ଦିବସ । ଆଜି ସାଧାରଣ ବଜେଟ୍ ଉପରେ ହେବ ଆଲୋଚନା । ଦ୍ୱିତୀୟ ଦିନ ପାଇଁ ଆଜି ସାଧାରଣ ବଜେଟ୍ ଉପରେ ଆଲୋଚନା କରାଯିବ । ଗତକାଲି ବିଜେପି ପକ୍ଷରୁ ଅଣାଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇନଥିଲା । ଆଜି ସେହି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ଆଜିର ଧିବେଶନରେ ସୀମା ବିବାଦ ଓ ଧାନମଣ୍ଡି ପ୍ରସଙ୍ଗ ଉଠିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ୨୦୨୧-୨୨ ସାଧାରଣ ବଜେଟ୍ ଉପରେ ଆଲୋଚନା କରି ବିରୋଧୀ ସରକାରଙ୍କ ଉପରେ ବର୍ଷିଥିଲେ । ରାଜ୍ୟର ଋଣଭାର ୧ ଲକ୍ଷ ୫ ହଜାର କୋଟିରେ ପହଞ୍ଚିଥିଲେ ମଧ୍ୟ ସରକାର ୧ ଲକ୍ଷ ୭୦ ହଜାର କୋଟିର ବଜେଟ୍ ପ୍ରସ୍ତୁତ କରି ନିଜର ପାରିବା ପଣିଆ ଜାହିର କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଥିଲେ । ଅପରପକ୍ଷେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ ହୋଇଛି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଥିଲା । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଓଡ଼ିଆ ଶିକ୍ଷିତ ଯୁବକଯୁବତୀଙ୍କୁ ଚାକିରି ମିଳୁନାହିଁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.