fbpx

ନିର୍ବାଚନ ପାଇଁ ତାରିଖ ଘୋଷଣା: ମେ’ ୨ରେ ରେଜଲ୍ଟ

ନୂଆଦିଲ୍ଲୀ, ୨୬ ।୨: ୪ ରାଜ୍ୟ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ନିର୍ବାଚନୀ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା । ୧ କେନ୍ଦ୍ର ଶାସିତ ଓ ୪ ରାଜ୍ୟ ତଥା-ତାମିଲନାଡୁ, ଆସାମ, କେରଳ, ପଶ୍ଚିମବଙ୍ଗର ୮୨୪ଟି ବିଧାନସଭା ଆସନରେ ନିର୍ବାଚନ ହେବ । ୧୮.୬ କୋଟି ମତଦାତା ମତଦାନ ଅଧିକାର ସାବ୍ୟସ୍ତ କରିବେ । ୪ଟି ରାଜ୍ୟରେ ମତଦାନ କେନ୍ଦ୍ର ସଂଖ୍ୟା ବଢାଯାଇଛି । ୨.୭ ଲକ୍ଷ ମତଦାନ କେନ୍ଦ୍ରରେ ମତଦାନ କରାଯିବ । ପଶ୍ଚିମବଙ୍ଗରେ ୧ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ର କରାଯିବ । ଆସାମରେ ୩୩ ହଜାର ମତଦାନ କେନ୍ଦ୍ର କରାଯିବ । ମତଦାନ ସମୟ ଅଧିକ ୧ ଘଣ୍ଟା ବଢାଯିବ ।

ଆସାମର ୧୨୬ଟି ଆସନ ପାଇଁ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଆସାମରେ ମାର୍ଚ୍ଚ ୨୭, ଏପ୍ରିଲ ୧ ଓ ଏପ୍ରିଲ ୬ରେ ନିର୍ବାଚନ ହେବ ।

ପୁଡୁଚେରୀର ୩୦ଟି ଆସନରେ ଏପ୍ରିଲ ୬ରେ ଭୋଟଗ୍ରହଣ ହେବ ।

ତାମିଲନାଡୁର ୨୩୪ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ଏପ୍ରିଲ ୬ରେ ତାମିଲନାଡୁରେ ଭୋଟ ଗ୍ରହଣ ହେବ ।

କେରଳ ପାଇଁ ଗୋଟି ପର୍ଯ୍ୟାୟରେ ନିର୍ବାଚନ ହେବ । କେରଳର ୧୪୦ଟି ଆସନ ପାଇଁ ଏପ୍ରିଲ ୬ରେ ଭୋଟଗ୍ରହଣ ହେବ ।

ପଶ୍ଚିବଙ୍ଗରେ ୨୯୪ ଆସନ ପାଇଁ ୮ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ମାର୍ଚ୍ଚ ୨୭, ଏପ୍ରିଲ ୧, ଏପ୍ରିଲ ୬ ଓ ୧୦ରେ ପ୍ରଥମ ୪ଟି ପର୍ଯ୍ୟାୟ ଭୋଟଗ୍ରହଣ ହେବ । ଏହା ପରେ ଏପ୍ରିଲ ୧୭ ଓ ୨୨ରେ ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ମତଦାନ ହେବ । ଏପ୍ରିଲ ୨୬ରେ ସପ୍ତମ ଓ ଏପ୍ରିଲ ୨୯ରେ ଅନ୍ତିିମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ।

ତେବେ ମେ ୨ରେ ତାମିଲନାଡୁ, ଆସାମ, କେରଳ, ପଶ୍ଚିମବଙ୍ଗ ଓ ପୁଡୁଚେରୀର ଭୋଟ ଗଣତି ହେବ ।

Get real time updates directly on you device, subscribe now.