ବିହାର: ସରକାରଙ୍କ ବଡ଼ ଘୋଷଣା। ମାଗଣା ହେଲା ବିଦ୍ୟୁତ ସେବା। ଉପକୃତ ହେବେ କୋଟି କୋଟି ଲୋକ। ଗତକାଲି ଠାରୁ ଅର୍ଥାତ୍ ଅଗଷ୍ଟ ୧ ତାରିଖରୁ ଏହିୁ ରାଜ୍ୟରେ ବିଜୁଳି ଛାଡ଼ କରିଛନ୍ତି ରାଜ୍ୟ ସରକାର।
ବିଦ୍ୟୁତ୍ ମାଗଣା ହେବା ପରେ ରାଜ୍ୟବାସୀଙ୍କ ମୋବାଇଲକୁ ବିଦ୍ୟୁତ୍ ଯୋଗାଣକାରୀ କମ୍ପାନୀରୁ ଏକ ସ୍ୱତନ୍ତ୍ର ବାର୍ତ୍ତା ପଠାଯାଇଥିଲା। ଯାହାପରେ ଲୋକମାନେ ନିଶ୍ଚିତ ହୋଇଥିଲେ ଯେ, ବିଜୁଳି ମାଗଣା ଘୋଷଣା କରାଯାଇଛି। ହେଲେ ସମସ୍ତଙ୍କୁ ଏହି ସୁବିଧା ଉପଲବ୍ଧ ହେବ ନାହିଁ।
ମାଗଣା ବିଜୁଳି: ବିହାରରେ ନୀତିଶ ସରକାର ରାଜ୍ୟବାସୀଙ୍କ ପାଇଁ ବିଦ୍ୟୁତ୍ ମାଗଣା କରିଛନ୍ତି। ବିହାର ସରକାରଙ୍କ କ୍ୟାବିନେଟ୍ ରାଜ୍ୟର ୧.୬୭ କୋଟି ଘରୋଇ ଗ୍ରାହକଙ୍କୁ ୧୨୫ ୟୁନିଟ୍ ମାଗଣା ବିଦ୍ୟୁତ୍ ଦେବାକୁ ଅନୁମୋଦନ କରିଛି।
ଏହି ନିଷ୍ପତ୍ତି ୧ ଅଗଷ୍ଟ, ୨୦୨୫ ରୁ କାର୍ଯ୍ୟକାରୀ ହୋଇଛି। ଏହି ସମୟରେ ବିହାରର ଲୋକମାନେ ବିଦ୍ୟୁତ୍ ଯୋଗାଣକାରୀ କମ୍ପାନୀରୁ ସେମାନଙ୍କ ମୋବାଇଲରେ ଏକ ସ୍ୱତନ୍ତ୍ର ବାର୍ତ୍ତା ପାଇଛନ୍ତି।
ମେସେଜରେ କ’ଣ କୁହାଯାଇଥିଲା: ସାଉଥ୍ ବିହାର ବିଦ୍ୟୁତ ବଣ୍ଟନ କମ୍ପାନୀ ଲିମିଟେଡ୍ (SBPDCL) କହିଛି ଯେ ରାଜ୍ୟ ସରକାର ଜୁଲାଇ ମାସରୁ ପ୍ରତି ମାସରେ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ଘରୋଇ ବିଦ୍ୟୁତ ବ୍ୟବହାର ଉପରେ କୌଣସି ଶୁଳ୍କ ଆଦାୟ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।
ଯାହା ଦ୍ୱାରା ଆପଣଙ୍କୁ ବିଦ୍ୟୁତ ବିଲ୍ ରେ ଅଧିକ ଆଶ୍ୱସ୍ତି ମିଳିବ। ହେଲେ ମାସକୁ ୧୨୫ ୟୁନିଟ୍ ରୁ ଅଧିକ ବିଜୁଳି ବ୍ୟବହାର ଉପରେ ପ୍ରିପେଡ୍ ମିଟରର ବାଲାନ୍ସରୁ କଟାଯିବ।
ବାକି ଟଙ୍କା ଦେବାକୁ ପଡିବ: ଏହି ବାର୍ତ୍ତା SBPDCL ଦ୍ୱାରା ଲୋକମାନଙ୍କୁ ସେମାନଙ୍କ ମୋବାଇଲ୍ ଫୋନ୍ରେ ପଠାଯାଇଛି। ଜୁଲାଇ ମାସ ପାଇଁ ଗ୍ରାହକଙ୍କ ବିଲ୍ରେ ୧୨୫ ୟୁନିଟ୍ର ପରିମାଣ ସ୍ୱୟଂଚାଳିତ ଭାବରେ ଆଡଜଷ୍ଟ ହୋଇଯିବ।
ସେହିପରି ପୋଷ୍ଟପେଡ୍ ଗ୍ରାହକମାନଙ୍କୁ ମଧ୍ୟ ସେମାନଙ୍କ ବିଲ୍ରୁ ୧୨୫ ୟୁନିଟ୍ର ଚାର୍ଜ କାଟିବା ପରେ ବାକି ଟଙ୍କା ଦେବାକୁ ପଡିବ।
ସରଳରେ ବୁଝନ୍ତୁ: ଯଦି ଗ୍ରାହକଙ୍କ ବିଦ୍ୟୁତ୍ ବ୍ୟବହାର ୧୨୫ ୟୁନିଟ୍ ଅତିକ୍ରମ କରେ, ତେବେ କେବଳ ଅତିରିକ୍ତ ୟୁନିଟ୍ ପାଇଁ ପୂର୍ବ-ନିର୍ଦ୍ଧାରିତ ସବସିଡି ହାରରେ ଟଙ୍କା ନିଆଯିବ।
ଉଦାହରଣ ସ୍ୱରୂପ, ୨୦୦ ୟୁନିଟ୍ ବ୍ୟବହାର ଉପରେ ୧୨୫ ୟୁନିଟ୍ ମାଗଣା ହେବ ଏବଂ ବାକି ୭୫ ୟୁନିଟର ଟଙ୍କା ଆପଣଙ୍କୁ ଦେବାକୁ ପଡିବ।