ଅଗଷ୍ଟ ୧ରୁ ମାଗଣାରେ ମିଳିବ ବିଜୁଳି, ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଏଣିକି ମାଗଣାରେ ମିଳିବ ବିଜୁଳି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଏଣିକି ମାଗଣାରେ ମିଳିବ ବିଜୁଳି। ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ଼ ଘୋଷଣା। ଏନେଇ ମୁଖ୍ୟମନ୍ତ୍ରୀ ନିଜେ ‘ଏକ୍ସ’ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ଲୋକଙ୍କୁ ଶସ୍ତା ଦରରେ ପୂର୍ବରୁ ହିଁ ବିଜୁଳି ଦେଉଛୁ।

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଆମେ ଚେଷ୍ଟା କରୁଛୁ ଯେ, ୧ ଅଗଷ୍ଟ ୨୦୨୫ରୁ ଅର୍ଥାତ ଜୁଲାଇ ମାସରୁ ବିଜୁଳି ଦରରେ ରାଜ୍ୟର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୧୨୫ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଦେବୁ। ଏଥିପାଇଁ ୧ ଟଙ୍କା ବି ପଡ଼ିବନି। ଏଥିରେ ରାଜ୍ୟର ସୁମଦାୟ ୧ କୋଟି ୬୭ ଲକ୍ଷ ପରିବାରକୁ ଲାଭ ମିଳିବ।

ଆମେ ଏହା ବି ଧାର୍ଯ୍ୟ କରିଛୁ ଯେ, ଆଗାମୀ ୩ ବର୍ଷରେ ଏହି ସମସ୍ତ ଘରୋଇ ଉପଭୋକ୍ତାମାନଙ୍କ ସହମତିକୁ ନେଇ ତାଙ୍କ ଘରର ଛାତଗୁଡ଼ିକ ଉପରେ କିମ୍ବା ଘର ପାଖରେ ସୌରଶକ୍ତି କେନ୍ଦ୍ର ସ୍ଥାପନ କରି ଲାଭ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଗକୁ ଆସୁଛି ବିହାର ବିଧାନସଭା ନିର୍ବାଚନ। ଏଥିରେ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାରି ମଧ୍ୟରେ ୨୦ ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ନିଜର ପ୍ରୟାସ ଜାରି ରଖିଛନ୍ତି।

ଏଥିପାଇଁ ସେ ମାଗଣା ବିଜୁଳିର ଘୋଷଣା କରିଛନ୍ତି। ଅଗଷ୍ଟ ୧ରୁ ରାଜ୍ୟର ସମସ୍ତ ଘରକୁ ୧୨୫ ୟୁନିଟର ମାଗଣା ବିଜୁଳି ମିଳିବାର ଘୋଷଣା ସେ ଏକ୍ସ ମାଧ୍ୟମରେ ଜଣାଇଛନ୍ତି।