fbpx

ଗାତରେ ଫସି ରହିଥିଲା ହାତୀ: ଉଦ୍ଧାର କରିବା ପାଇଁ ଦରକାର ପଡିଲା ଆର୍କମିଡିସଙ୍କ ସିଦ୍ଧାନ୍ତ, ଭିଡିଓ ଭାଇରାଲ

ବୈଜ୍ଞାନିକଙ୍କ ସିଦ୍ଧାନ୍ତ କେବଳ ଯେ ବୈଷୟିକ ଆଧାରରେ ଦରକାର ପଡିଥାଏ । ତାହା କହିବା ଭୁଲ ହେବ । ଅନେକ ସମୟରେ ଏସବୁ ଅସଲ ଜୀବନରେ ମଧ୍ୟ କାମରେ ଲାଗିଥାଏ । ଅନେକ କ୍ଷେତ୍ରରେ ନିଜ ଜୀବନକୁ ବିପଦରୁ ରକ୍ଷା କରିବା ପାଇଁ ବୈଜ୍ଞାନିକଙ୍କ କିଛି ସୂତ୍ରକୁ ମନେ ପକାଇଥାଏ ମଣିଷ । ଠିକ ଏମିତି ଏକ ଘଟଣା ଘଟିଛି ବଶ୍ଚିମ ବଙ୍ଗଳାର ମେଦିନୀପୁର ଅଞ୍ଚଳରେ । ଏକ ବଡ ଗାତ ଭିତରେ ଫସି ଯାଇଥିବା ହାତୀକୁ ଉଦ୍ଧାର କରିବା ପାଇଁ ଆର୍କମିଡିସଙ୍କ ସୂତ୍ର କାମରେ ଲାଗିଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ପଶ୍ଚିମ ବଙ୍ଗଳାର ମେଦିନୀପୁରରେ ଗେଟିଏ ହାତୀ ଏକ ବିରାଟ ଘାତ ଭିତରେ ଫସି ଯାଇଥିଲା । ହାତୀଟିକୁ ଉଦ୍ଧାର କରିବା ପାଇଁ ଅନେକ ଚେଷ୍ଟା ବିଫଳ ହେବା ପରେ ବନ ବିଭାଗ କର୍ମଚାରୀଙ୍କ ମୁଣ୍ଡରେ ଆସିଥିଲା ପ୍ରଖ୍ୟାତ ବୈଜ୍ଞାନିକ ଆର୍କମିଡିସଙ୍କ ସିଦ୍ଧାନ୍ତ । ବନ ରେଞ୍ଜରମାନେ ସେହି ଗାତରେ ପାଇ ଭରିବାକୁ ଲାଗିଲେ । ଫଳରେ ଧିରେ ଧିରେ ହାତୀ ଉପରକୁ ଉଠିଥିଲା ଏବଂ ଶେଷରେ ସେ ବାହାରକୁ ଆସିବାରେ ସଫଳ ହୋଇ ପାରିଥିଲା । ପାଣି ଧିରେ ଧିରେ ଭର୍ତ୍ତି ହେବା ପରେ ହାତୀ ପହଁରି ପହଁରି ଉପରକୁ ଉଠିଥିଲା ଏବଂ ଦଉଡି ସାହାଯ୍ୟରେ ତାକୁ ବାହାର କରିଥିଲେ ବନ ବିଭାଗର କର୍ମଚାରୀ ।

ଏସବୁ ଘଟଣାର ସମ୍ପୂର୍ଣ୍ଣ ଭିଡିଓ ଜଣେ ଅଧିକାରୀ ସୋଶଲ ମିଡିଆରେ ଅପଲୋଡ କରିଥିଲେ । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । କ୍ୟାପ୍ସନରେ ଲେଖିଛନ୍ତି, ଗୋଟିଏ ହାତୀ ଗାତ ଭିତରେ ଖସି ପଡିଥିଲା । ଏବଂ ଏବେ ତାକୁ ଆର୍କମିଡିସଙ୍କ ସିଦ୍ଧାନ୍ତ ଅନୁଯାୟୀ ବାହାରକୁ ବାହାର କରାଯାଇଛି ।

Get real time updates directly on you device, subscribe now.