fbpx

ୱାଣ୍ଡରର୍ସରେ ଏଲଗାର ମ୍ୟାଜିକ୍: ଜିତିଲା ଦକ୍ଷିଣ ଆଫ୍ରିକା,ସିରିଜ ୧-୧ରେ ବରାବର

ନୂଆଦିଲ୍ଲୀ: ୱାଣ୍ଡରର୍ସରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଜିତି ନେଇଛି ଦକ୍ଷିଣ ଆଫ୍ରିକା । ଭାରତକୁ ୭ ୱିକେଟରେ ପରାସ୍ତ କରିବା ସହିତ ସିରିଜକୁ ୧-୧ ସ୍ଥିତିକୁ ଆଣିଛି ଦଳ । ୨୪୦ ରନର ବିଜୟ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୩ ୱିକେଟ ହରାଇ ବିଜୟୀ ହୋଇଥିଲା । ଡିନ ଏଲଗାର ଅପରାଜିତ ୯୬ ରନ ସଂଗ୍ରହ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଲଢୁଆ ୯୬ ରନର ଇନିଂସ ପାଇଁ ଏଲଗାରଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା ।

ଚତୁର୍ଥ ଦିନରେ ଘରୋଇ ଦଳକୁ ବିଜୟ ପାଇଁ ୧୨୨ ରନ ଆବଶ୍ୟକ ଥିଲା । ଏଲଗାର ଗୋଟିଏ ପଟୁ ସତର୍କତାର ସହିତ ବ୍ୟାଟିଂ କରିଥିଲା । ରାଶି ଭାନ ଡେର ଦୁସେନ ୪୦ ରନ କରିଥିଲେ । ଏଲଗାର ୧୮୮ ବଲ ଖେଳି ୧୦ ଚୌକା ସହିତ ୯୬ ରନ କରିଥିଲେ । ଦୁସେନଙ୍କ ଇନିଂସରେ ୫ ଚୌକା ସାମିଲ ଥିଲେ । ଟେମ୍ବା ବାଭୁମା(୨୩) ଅପରାଜିତ ରହି ଦଳକୁ ଫିନିଶ ଲାଇନ ପାର କରାଇଥିଲେ ।ଚତୁର୍ଥ ଦିନରେ ବର୍ଷା କାରଣରୁ ଅଧାଦିନର ଖେଳ ବନ୍ଦ ହୋଇଥିଲା । ଶାମି ଏକମାତ୍ର ସଫଳ ଭାବରେ ଦୁସେନଙ୍କୁ ଆଉଟ କରିଥିଲେ ।

Get real time updates directly on you device, subscribe now.