fbpx

ଏଲନ୍ ମସ୍କ ଲଞ୍ଚ କଲେ ଟ୍ୱିଟରର ଅପଡେଟ୍ ଆକାଉଣ୍ଟ୍ ଭେରିଫିକେସନ୍ ପ୍ରୋଗ୍ରାମ : ଏଣିକି ୩ଟି ରଙ୍ଗରେ ହେବ ଟିକ୍

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଟ୍ୱିଟର ୟୁଜର ଓ ଅନେକ ଦିନରୁ ଟ୍ୱିଟରର ଅପଡେଟ୍ ଆକାଉଣ୍ଟ୍ ଯାଞ୍ଚ ପ୍ରୋଗ୍ରାମକୁ ଅପେକ୍ଷା କରିଛ, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେବେ ଟ୍ୱିଟର ଅନେକ ସମୟ ଅପେକ୍ଷା ପରେ ଶେଷରେ ନିଜର ଅପଡେଟ୍ ଆକାଉଣ୍ଟ୍ ଭେରିଫିକେସନ ପ୍ରୋଗ୍ରାମକୁ ଲଞ୍ଚ କରିଛି । ଏହା ଅଧୀନରେ ଏବେ ଭେରିଫାଏ ହୋଇଥିବା ଆକାଉଣ୍ଟ ପାଇଁ ତିନୋଟି ରଙ୍ଗ ବ୍ୟବହାର କରାଯିବ । ରଙ୍ଗଗୁଡିକ ବିଭିନ୍ନ ବର୍ଗ ଅନୁଯାୟୀ ବଣ୍ଟାଯାଇଛି । ତେବେ ଆପଣଙ୍କୁ କେଉଁ ରଙ୍ଗର ଟିକ୍ ମିଳିବ, ଆସନ୍ତୁ ଜାଣିବା…

ଟ୍ୱିଟରର ନୂଆ ସିଇଓ ଏଲନ ମସ୍କ କମ୍ପାନୀର ନୂଆ ଫିଚରକୁ ଲଞ୍ଚ କରି କହିଛନ୍ତି ଯେ, ଭେରିଫାଏ ଆକାଉଣ୍ଟକୁ ୩ ଭାଗରେ ବିଭକ୍ତ କରାଯାଇଛି । ଗୋଲ୍ଡ ରଙ୍ଗର ଟିକ୍ କମ୍ପାନୀଗୁଡ଼ିକ ପାଇଁ ରହିବ । ଅନ୍ୟପଟେ ସରକାରୀ ଅନୁଷ୍ଠାନ କିମ୍ବା ସରକାରଙ୍କ ସହ ଜଡ଼ିତ ଆକାଉଣ୍ଟ ପାଇଁ ‘ଗ୍ରେ’ ବା ଧୂସର ରଙ୍ଗର ଟିକ୍ ଉପଲବ୍ଧ ହେବ । ସେହିପରି କୌଣସି ବ୍ୟକ୍ତିଙ୍କ ପାଇଁ ନୀଳ ରଙ୍ଗର ଟିକ୍ ଉପଲବ୍ଧ ହେବ । ମସ୍କ ଏହା ସ୍ପଷ୍ଟ କରିଛନ୍ତି ଯେ, ଯାଞ୍ଚ ହୋଇଥିବା ଆକାଉଣ୍ଟକୁ ମାନୁଆଲ ପ୍ରାମାଣିକରଣ କରାଯିବ । ଯଦି ଏହି ପ୍ରକ୍ରିୟାରେ କିଛି କମ୍ ଥାଏ, ତେବେ ଆକାଉଣ୍ଟ ଭେରିଫାଏ ହେବନାହିଁ । ଉଲ୍ଲେଖନୀୟ ଏବଂ ଅଫିସିଆଲ୍ ଭଳି ବିଭିନ୍ନ ଟ୍ୟାଗ୍ ସୀମିତ ରହିଛି, ତେଣୁ ଏହା ସମସ୍ତଙ୍କୁ ଦିଆଯିବ ନାହିଁ ।

ତେବେ ଗତ ମାସରେ ଟ୍ୱିଟରକୁ ଅଧିଗ୍ରହଣ କରିବା ପରେ ଏଲନ୍ ମସ୍କ ବ୍ଲୁ ଟିକ୍ ପେଡ୍ ସବସ୍କ୍ରିପସନ୍ ଯୋଜନା ଆରମ୍ଭ କରିଥିଲେ, କିନ୍ତୁ ସାମାଜିକ ବିରୋଧୀ ଉପାଦାନଗୁଡ଼ିକ ଏହାର ଅପବ୍ୟବହାର ଆରମ୍ଭ କରିଥିଲେ । ୮ ଡଲାର ଦେଇ ଠକମାନେ ନାମୀ କମ୍ପାନୀ ଓ ପ୍ରସିଦ୍ଧ ଲୋକଙ୍କ ନାଁରେ ଫେକ୍ ଆଇଡି ତିଆରି କଲେ ଓ ଭେରିଫାଏ ଆକାଉଣ୍ଟର ଚାର୍ଜ ଦେଇ ଆପାଉଣ୍ଟ ଭେରିଫିକେସନ୍ କରିଦେଲେ । ଏହା ପରେ ସେମାନେ ସେଥିରେ ଓଲଟା-ସିଧା ଟ୍ୱିଟ୍ କଲେ, ଯାହାଦ୍ୱାରା ମୂଳ କମ୍ପାନୀକୁ କ୍ଷତି ସହିବାକୁ ପଡ଼ିଲା । ଲଗାତାର ଠକେଇକୁ ଦେଖି ଏଲନ ମସ୍କ ଏହାକୁ ବନ୍ଦ କରିଥିଲେ । ଖୁବ ଶୀର୍ଘ ଏହାକୁ ଅପେଡଟ କରି ପୁଣିଥରେ ଲଞ୍ଚ କରିବି ବୋଲି ସେ କହିଥିଲେ ।

Get real time updates directly on you device, subscribe now.