fbpx

(Video) କମଲା ହାରିସଙ୍କୁ ପୁଣିଥରେ ପରିହାସ କଲେ ଏଲନ ମସ୍କ, ସେୟାର କଲେ Deepfake Video

ନୂଆଦିଲ୍ଲୀ: ଟେସ୍ଲା ଏବଂ ସ୍ପେସଏକ୍ସର ମାଲିକ ଏଲନ ମସ୍କ ଚର୍ଚ୍ଚାରେ ରୁହନ୍ତି । ମସ୍କ ଡେମୋକ୍ରାଟିକ ପାର୍ଟୀର ରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀ କମଲା ହାରିସଙ୍କର ମଜାକ ଉଡାଇ ଏକ୍ସରେ ଏକ ଭିଡିଓ ଜାରି କରିଛନ୍ତି । ଏହା ଏକ ପରୋଡି ଭିଡିଓ, ଯାହା ବ୍ୟାକଗ୍ରାଉଣ୍ଡରେ ଏଆଇ ଜେନେରେଟେଡ ଭଏସ ଓଭର ଚାଲୁଛି । ଏହି ଭିଡିଓରେ କମଲା ହାରିସ ରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀ ହେବା ଏବଂ ଦେଶକୁ ଚଳାଇବାର କଥା କରନ୍ତି । ଭିଡିଓରେ ହାରିସ ନିଜ ବିଷୟରେ ନକରାତ୍ମକ କଥା ହେଉଥିବା ନଜର ଆସୁଛି ।

ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ଏଲନ ମସ୍କ ଲେଖିଛନ୍ତ ଯେ, This is Amazing… ଏଥିସହ କ୍ୟାପସନରେ ମସ୍କ ଏକ ହସିଲା ଭଳି ଇମୋଜି ବ୍ୟବହାର କରିଛନ୍ତି । ଏହି ପରୋଡି ଭିଡିଓ @MrReaganUSA ନାମକ ଏକ୍ସ ହ୍ୟାଣ୍ଡେଲରୁ ପୋଷ୍ଟ କରାଯାଇଥିଲା, ଯାହାକୁ ମସ୍କ ସେୟାର କରିଛନ୍ତି ।

ଏହି ଭିଡିଓରେ କମଲା ହାରିସ କହୁଛନ୍ତି ଯେ, କମଲା ହାରିସ, ରାଷ୍ଟ୍ରପତି ପଦ ପାଇଁ ଆପଣଙ୍କ ଡେମୋକ୍ରାଟ ପ୍ରାର୍ଥୀ କାରଣ ଜୋ ବାଇଡେନଙ୍କ ଅଦରକାରୀ ବିବୃତ୍ତି ତାଙ୍କ ବୃଦ୍ଧବସ୍ଥାକୁ ଦର୍ଶାଇଛି । ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ମୋତେ ଏଥିପାଇଁ ମନୋନୀତ କରାଯାଇଛି କାରଣ ମୁଁ ଡାଇଭର୍ସିଟୀ ମାମଲାରେ ସବୁଠାରୁ ଉପରେ । ମୁଁ ଏକ ମହିଳା ଏବଂ ଏକ ରଙ୍ଗୀନ ବ୍ୟକ୍ତି ।

https://x.com/elonmusk/status/1816974609637417112

Get real time updates directly on you device, subscribe now.