ଶ୍ରୀରାମକ୍ରିଷ୍ଣନଙ୍କ ବିକୃତ ଫଟୋକୁ ନେଇ ଏପରି କହିଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ AI ଉପରେ ହ୍ୱାଇଟ୍ ହାଉସର ବରିଷ୍ଠ ନୀତି ପରାମର୍ଶଦାତା ପଦ ପାଇଁ ଭାରତୀୟ ବଂଶୋଦ୍ଭବ ଶ୍ରୀରାମ କ୍ରିଷ୍ଣନଙ୍କ ନାମ ଘୋଷଣା କରିଛନ୍ତି।

ସେବେଠାରୁ ଇମିଗ୍ରେସନ୍ ଏବଂ ଗ୍ରୀନ୍ କାର୍ଡ ସୀମାକୁ ନେଇ ଉଦ୍ୟୋଗୀଙ୍କ ବିବାଦୀୟ ମତାମତକୁ ନେଇ ବିତର୍କ ଜାରି ରହିଛି। ଜଣେ ଏକ୍ସ ୟୁଜର ଏହି ବିତର୍କ ଉପରେ ପ୍ରତିକ୍ରିୟା ପ୍ରକାଶ କରି କ୍ରିଷ୍ଣନଙ୍କୁ ବଟର ଚିକେନ୍ ଭାବରେ ଦେଖାଇଛନ୍ତି।

ଯାହା ପ୍ରାୟତଃ ଭାରତୀୟଙ୍କ ସହ ଜଡିତ ଏକ ଖାଦ୍ୟ । ରାମକୃଷ୍ଣଙ୍କ ଚେହେରା ବଦଳରେ ବଟର ଚିକେନ୍ ରଖି ଜଣେ ଏକ୍ସ ୟୁଜର ଦୁଇଟି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଯଦି ଶ୍ରୀରାମ କ୍ରିଷ୍ଣନ ବଟର ଚିକେନ୍ ହୋଇଥାନ୍ତେ, ତେବେ ସେ ଏମିତି ଦେଖାଯାଉଥାନ୍ତେ ।

ଗୋଟିଏ ଫଟୋ କ୍ରିଷ୍ଣନଙ୍କର ହୋଇଥିବା ବେଳେ ଅନ୍ୟଟି ହେଉଛି ସୋସିଆଲ ମିଡିଆରେ ଏକ ସମ୍ଭାବ୍ୟ ପ୍ରତିକ୍ରିୟା ଯେଉଁଥିରେ ତାଙ୍କ ଚେହେରାର ଫିଚରକୁ ବଟର ଚିକେନ୍ ରେ ବଦଳାଇ ଦିଆଯାଇଛି ।

ଜେସନ ନାମକ ଜଣେ ନିବେଶକ ଟ୍ରୋଲରଙ୍କୁ ସମାଲୋଚନା କରି କହିଛନ୍ତି, “ଏହି ବର୍ଣ୍ଣବାଦୀ ଆକ୍ରମଣ ଘୃଣ୍ୟ। ରେକର୍ଡ ପାଇଁ ଶ୍ରୀରାମ କ୍ରିଷ୍ଣନ ଚମତ୍କାର। କ’ଣ କହିଲେ ଏଲନ୍ ମସ୍କ? ଏଲନ୍ ମସ୍କ ଜେସନଙ୍କ ମନ୍ତବ୍ୟର ଜବାବରେ ‘ହାଣ୍ଡ୍ରେଡ୍ ପଏଣ୍ଟ୍’ ଇମୋଟିକନ୍ ଜରିଆରେ ଦେଇଛନ୍ତି।

ଇମୋଜିପିଡିଆ ଅନୁଯାୟୀ, ଏହାକୁ ୧୦୦% ଶର୍ଟହ୍ୟାଣ୍ଡ ଭାବେ ବ୍ୟବହାର କରାଯାଏ । ଏହି ଇମୋଟିକନ୍ “ଏକ ଧାରଣାର ଗର୍ବ କିମ୍ବା ସାଧାରଣ ସ୍ୱୀକୃତି” ପ୍ରକାଶ କରିବା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ । ”