Twitterର ନୀଳ ପକ୍ଷୀକୁ ମିଳିଗଲା ମାଲିକ, ନିଲାମରେ ଡକାଗଲା ଏତିକି ଟଙ୍କା
ଟ୍ୱିଟରର ନୀଳ ପକ୍ଷୀ ହୋଇଗଲା ନିଲାମ, ଏତିକି ଟଙ୍କାରେ ହେଲା ବିକ୍ରି
ନୂଆଦିଲ୍ଲୀ: ଆଜି ବି କିଛି ଲୋକେ ଟ୍ୱିଟରକୁ ନୀଳ ପକ୍ଷୀ ନାମରେ ଜାଣିଛନ୍ତି । କିନ୍ତୁ ଯେବେଠାରୁ ଏଲନ ମସ୍କ ଏହାର ମାଲିକାନା ଗ୍ରହଣ କରିଛନ୍ତି, ସେ ଏଥିରେ ବଡ଼ ପରିବର୍ତ୍ତନମାନ କରିଛନ୍ତି ।
ସେ ଟ୍ୱିଟରର ନାମ ସହ ଲୋଗୋକୁ ମଧ୍ୟ ବଦଳାଇ ଦେଇଛନ୍ତି । ଏହାର ନାମ ଏକ୍ସ ରଖିବା ସହ ଏକ୍ସର ଲୋଗ ମଧ୍ୟ ରଖିଛନ୍ତି ଏଲନ ମସ୍କ ।
ତେବେ ବର୍ତ୍ତମାନ ପୂର୍ବରୁ ଥିବା ଟ୍ୱିଟରର ଲୋଗ ନୀଳ ପକ୍ଷୀକୁ ବର୍ତ୍ତମାନ ବିକ୍ରି କରିଦିଆଯାଇଛି ।
ଏତିକି ଟଙ୍କା ଡକାଗଲା ନିଲାମ: ରିପୋର୍ଟ ମୁତାବକ, ନୀଳ ପକ୍ଷୀଖୁ ୩୪ ହଜାର ୩୭୫ ଡଲାର( ୩୦ ଲକ୍ଷ ଟଙ୍କା)ରେ ନିଲାମ କରାଯାଇଛି । ଏହି ବ୍ଲୁ ବାର୍ଡର ଓଜନ ପାଖାପାଖି ୨୫୪ କିଲୋ ।
ଏହା ୧୨ ଫୁଟ ଲମ୍ବା, ୯ ଫୁଟ ଚଉଡାର ଆଇକନ । ଏହି ପକ୍ଷୀକୁ କିଏ କିଣିଲା ତାର କୌଣସି ପରିଚୟ ଦିଆଯାଇ ନାହିଁ ।