fbpx

ଭବିଷ୍ୟତରେ ମଣିଷର ରଙ୍ଗ, ରୂପ ଓ ସ୍ମରଣ ଶକ୍ତି କିପରି ହେବ, ତାହା ସ୍ଥିର କରିବ ଚିପ୍

ନୂଆଦିଲ୍ଲୀ: ଜୀବଜଗତର ସୃଷ୍ଟି ଏକ ଛୋଟ ଜୀବାଣୁରୁ ଆରମ୍ଭ ହୋଇଛି । ପ୍ରାକୃତିକ ଉପାୟରେ ମଣିଷର ରଙ୍ଗ, ରୂପ ଭବିଷ୍ୟତରେ କୃତ୍ରିମ ଉପାୟରେ ବଦଳିଯିବ କି ବୋଲି ମନରେ ପ୍ରଶ୍ନ ଉଠେ । ଏ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଜୀବବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ରଙ୍ଗ କ୍ଷେତ୍ରରେ ପରୀକ୍ଷା କରାଯାଇଛି ।

କିଛି ବର୍ଷ ଗବେଷଣା କରିବା ପରେ ଏଲୋନମସ୍କ ଏପରି ଏକ ଚିପ୍ ପ୍ରସ୍ତୁତ କରିଛନ୍ତି, ଯାହା ଭବିଷ୍ୟତରେ ମଣିଷ ନିଜର ରଙ୍ଗ, ରୂପ ଓ ବୁଝିବା ଶକ୍ତି କିପରି ହେବ ତାହା ସ୍ଥିର କରିବ । ତେଣୁ ଏଭଳି ଚିନ୍ତାଧାରାକୁ ନେଇ ଏକ କୃତ୍ରିମ ଜୀବ ପ୍ରସ୍ତୁତ ପାଇଁ ସେ ଲାଗି ପଡ଼ିଛନ୍ତି । ଏକ ପରିକଳ୍ପିତ ମନୁଷ୍ୟର ଶରୀର ଭିତରେ ଅନେକ ପ୍ରକାର ମେସିନ ଓ ମସ୍ତିଷ୍କରେ ଏକ ଚିପ୍ ରହିବ ।

ଏହି ମେସିନ୍ ଓ ଚିପ୍ ଦ୍ୱାରା ମଣିଷର ମାନସିକ ଓ ଶାରୀରିକ ଦକ୍ଷତା ବର୍ତ୍ତମାନ ଅପେକ୍ଷା ଢେର ଗୁଣ ବଢ଼ିଯିବ ବୋଲି ଆଶା କରିଛନ୍ତି । ଅନ୍ୟପକ୍ଷରେ ନ୍ୟୁରୋଲିଙ୍କରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନେ ଏକ ହାଇଟେକ୍ ଚିପ୍ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ଏହି ଚିପ୍ ମନୁଷ୍ୟ ମସ୍ତିଷ୍କର ସ୍ନାୟୁ ନେଟୱାର୍କ ସହିତ ସିଧାସଳଖ ସଂଯୁକ୍ତ ହେବ ।

Get real time updates directly on you device, subscribe now.