fbpx

ଭାରତରେ ଏକ କୋଟିରୁ ଅଧିକ ବୟସ୍କଙ୍କୁ ଡିମେନ୍ସିଆ ହେବାର ସମ୍ଭାବନା ରହିଛି; ଅଧ୍ୟୟନରୁ ପ୍ରକାଶ ପାଇଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ:ଭାରତରେ ୬୦ ବର୍ଷ ବା ସେଥିରୁ ଅଧିକ ବା ସେଥିରୁ ଅଧିକ ବୟସର ଲୋକଙ୍କୁ ଡିମେନ୍ସିଆ ହେବାର ସମ୍ଭାବନା ରହିଛି । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭାରତରେ ଏହାର ସଂଖ୍ୟ ପ୍ରାୟ ଏକ କୋଟିରୁ ଅଧିକ ହୋଇପାରନ୍ତି ବୋଲି ଏକ ଅନୁସନ୍ଧାନ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହି ଅନୁସନ୍ଧାନ AIIMS ସମେତ ବିଶ୍ୱର ବହୁ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଛି। ବିଶେଷ କଥା ହେଉଛି ଭାରତରେ ପ୍ରଥମ ଥର ପାଇଁ ଏହି ଅନୁସନ୍ଧାନ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର କରାଯାଇଛି।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଡିମେନ୍ସିଆ ବାର୍ଦ୍ଧକ୍ୟ ସହିତ ଜଡିତ ଏକ ବ୍ୟାଧି ଅଟେ। ଏହା ଏପରି ଏକ ସମସ୍ୟା, ଯେଉଁଥିରେ ରୋଗୀ ମାନସିକ ସ୍ତରରେ ଦୁର୍ବଳ ହୋଇଯାଏ।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଭାରତରେ ୬୦ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ଡିମେନ୍ସିଆ ହାର ୮.୪୪ ପ୍ରତିଶତ ହୋଇପାରେ, ଯାହା ଦେଶର ୧୦.୦୮ ନିୟୁତ ବୟସ୍କଙ୍କ ସହ ସମାନ। ଏହି ହାର ଆମେରିକାରେ ୮.୮ ପ୍ରତିଶତ, ବ୍ରିଟେନରେ ନଅ ପ୍ରତିଶତ ଏବଂ ଜର୍ମାନୀ ଏବଂ ଫ୍ରାନ୍ସରେ ୮.୫ ରୁ ୯ ପ୍ରତିଶତ ମଧ୍ୟରେ ରହିଛି।

ତେବେ ରିସର୍ଚ୍ଚ ସମୟରେ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଡିମେନ୍ସିଆ ସେହି ବୟସ୍କ ବ୍ୟକ୍ତି, ମହିଳା ମାନଙ୍କୁ ଆକ୍ରନ୍ତ କରୁଛି ଯେଉଁମାନେ ମୁଖ୍ୟତଃ ଅଶିକ୍ଷିତ ଏବଂ ଗ୍ରାମାଞ୍ଚଳରେ ବାସ କରୁଛନ୍ତି । ଅନୁସନ୍ଧାନ ଭାରତରେ ପ୍ରଥମ ଏବଂ ଏକମାତ୍ର ଜାତୀୟ ସ୍ତରୀୟ ଅଧ୍ୟୟନ ଥିଲା, ଯେଉଁଥିରେ ଦେଶର ୩୦,୦୦୦ ରୁ ଅଧିକ ବୃଦ୍ଧ ବ୍ୟକ୍ତି ଯୋଗ ଦେଇଥିଲେ ବୋଲି ବ୍ରିଟେନ ବିଶ୍ୱବିଦ୍ୟାଳୟର ହାମିଆଓ ଜିନ୍ କହିଛନ୍ତି। ଜିନ୍ ବିବୃତ୍ତିରେ କହିଛନ୍ତି ଯେ ସ୍ଥାନୀୟ ଭାବରେ ସଂଗୃହିତ ତଥ୍ୟରେ ଡିମେନ୍ସିଆର ଉପସ୍ଥିତି ଏଆଇ ଅଧିକ ସଠିକ୍ ଭାବରେ ଚିହ୍ନଟ କରିପାରିବ।

ଏଭଳି ବୃହତ ଏବଂ ଜଟିଳ ତଥ୍ୟର ବ୍ୟାଖ୍ୟା କରିବାରେ ଏଆଇ(AI) ର ଅନନ୍ୟ ଅବଦାନ ଅଛି ଏବଂ ଆମର ଅନୁସନ୍ଧାନରୁ ଜଣାପଡିଛି ଯେ ସ୍ଥାନୀୟ ନମୁନାରେ ଡିମେନ୍ସିଆର ପ୍ରାଦୁର୍ଭାବ ଅଧିକ ହୋଇପାରେ।

ସୂଚନାମୁତାବକ ସରେ ବିଶ୍ୱବିଦ୍ୟାଳୟ, ସାଉଥ୍ କାଲିଫର୍ଣ୍ଣିଆ ୟୁନିଭରସିଟି, ମିସିଗନ୍ ୟୁନିଭରସିଟି ଏବଂ ଏଆଇଏମ୍ଏସ୍ ନୂଆଦିଲ୍ଲୀର ଅନୁସନ୍ଧାନକାରୀ ଦଳ ଏଆଇ ଶିକ୍ଷଣ ମଡେଲ ବିକାଶ କରି ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ଯାହା ବର୍ତ୍ତମାନ ପାଇଁ ଚିନ୍ତାର ବିଷୟ ପାଲଟିଛି।

Get real time updates directly on you device, subscribe now.