fbpx

ଆଇସକ୍ରିମ୍ ଖାଇବା ପାଇଁ ସହର ଭିତରେ ହେଲିକ୍ୟାପ୍ଟରକୁ ଏର୍ମଜେନ୍ସି ଲ୍ୟାଣ୍ଡିଂ କରିଲେ ଓ ଫସିଲେ

Advertisement

ନୂଆଦିଲ୍ଲୀ: ଆମେ ସମସ୍ତଙ୍କୁ ଆଇସକ୍ରିମ୍ ଖୁବ୍ ଭଲ ଲାଗେ । ହେଲେ କାନାଡାର ଜଣେ ପାଇଲଟ୍ ଆଇସକ୍ରିମ୍ ଖାଇବା ପାଇଁ ସୀମା ଟପି ଯାଇଛନ୍ତି । ସେ ଆଇସକ୍ରିମ୍ ଖାଇବା ପାଈଁ ହେଲିକ୍ୟାପ୍ଟରକୁ ଗୋଟିଏ ସହର ଭିତରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଇ ଦେଇଛନ୍ତି । କିନ୍ତୁ ନିଜର ଇଚ୍ଛା ପୂରଣ କରିବାକୁ ଯାଇ ଏପରି କରିବା ଏବେ ତାଙ୍କ ଉପରେ ଭାରି ପଡ଼ିଯାଇଛି । ଅବୈଧ ଲ୍ୟାଣ୍ଡିଂକୁ ନେଇ ପାଇଲଟ୍ ଙ୍କ ବିରୋଧରେ ଅଭିଯୋଗ ହେବାପରେ ପୋଲିସ୍ ମାମଲା ରୁଜୁ କରିଛି ।

ପାଇଲଟ୍ ଙ୍କର ଏହି କାରନାମା ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଏହି ଘଟଣା ଜୁଲାଇ ୩୧ ତାରିଖରେ ହୋଇଥିଲା । ଲୋକମାନେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ଗୋଟିଏ ହେଲିକ୍ୟାପ୍ଟର୍ ସହରର ମଝିରେ ଏକ ଡାଏରୀ କ୍ୱିନ୍ ସଫ୍ ପାଖରେ ଲ୍ୟାଣ୍ଡ କରିଥିଲା । ଲ୍ୟାଣ୍ଡିଂ ସମୟରେ ଚାରିପଟ ଧୁଳି ଧୁଆଁରେ ଭର୍ତ୍ତି ହୋଇଯାଇଥିଲା । ତେବେ ଏହି ଡାଏରୀ କ୍ୱିନ୍ କାନାଡାର ଏକମାତ୍ର ଆମେରିକୀ ବ୍ରାଞ୍ଚ । ତେଣୁ ହେଲି କ୍ୟାପ୍ଟର୍ ଲ୍ୟାଣ୍ଡ କରିବା ପରେ ଲୋକମାନେ କିଛି ଅଲଗା ହିଁ ଭାବିଥିଲେ । କିନ୍ତୁ ଆଇସକ୍ରିମ୍ ପାଇଁ ଏହା ଲ୍ୟାଣ୍ଡ କରିଥିବା ଜଣାପଡ଼ିବା ପରେ ପାଇଲଟ୍ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପାଇଲଟ୍ ଙ୍କ ନାଁ ଲିରାୟ(୩୪) ।

Get real time updates directly on you device, subscribe now.