fbpx

ଇସ୍ରାଏଲ ସେନା ପକ୍ଷରୁ ଗାଜାବାସୀଙ୍କୁ ବଡ଼ ଚେତାବନୀ; ଉତ୍ତର ଗାଜା ଛାଡି ପଳା ନଚେତ ସମସ୍ତେ…

ଓଡିଶା ଭାସ୍କର; ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭୟଙ୍କରରୁ ଅତି ଭୟଙ୍କର ହେଲାଣି । ପ୍ରତିଶୋଧ ପରାୟଣ ହୋଇ ସମ୍ପୂର୍ଣ୍ଣ ଗାଜା ସହରକୁ ଧ୍ୱସ୍ତ ବିଧ୍ୱସ୍ତ କରିବା ଲକ୍ଷ୍ୟରେ ରହିଛି ଇସ୍ରାଏଲ । ହମାସକୁ ସଂପୂର୍ଣ୍ଣ ଭାବରେ ଧ୍ୱଂସ କରିବାକୁ ଯାଇ ଗାଜାରେ ଏ ପର୍ୟ୍ୟନ୍ତ ୧୦୦ରୁ ଅଧିକ କୋଠା ଧ୍ୱଂସ କରିସାରିଲାଣି ଇସ୍ରାଏଲ । ଗାଜାରେ ଆକ୍ରମଣକୁ ଆହୁରି ଜୋରଦାର କରିବେ ବୋଲି ଇସ୍ରାଏଲ ସେନା ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଏବେ ଆଉ ଏକ ବଡ଼ ଚେତାବନୀ ଦେଇଛି ଇସ୍ରାଏଲ ।

ସୂଚନା ଅନୁଯାୟୀ, ବର୍ତ୍ତମାନ ପାଲେଷ୍ଟାଇନର ଗାଜାବାସୀଙ୍କୁ ଇସ୍ରାଏଲ ସେନା ପକ୍ଷରୁ ଏକ ବଡ଼ ଚେତାବନୀ ଦିଆଯାଇଛି । ଏଥିରେ ଦର୍ଶାଯାଇଛି ଯେ, ଉତ୍ତର ଗାଜାରେ ରହୁଥିବା ସମସ୍ତ ବାସିନ୍ଦା ଦକ୍ଷିଣ ଗାଜା ଆଡକୁ ଚାଲିଯାଅ ନଚେତ ସମସ୍ତେ ଏକ ଆତଙ୍କବାଦୀ ସଂଗଠନର ସହଯୋଗୀ ଭାବେ ପରିଚିତ ହେବ । ଏକ ପ୍ରଚାର ପତ୍ର ମାଧ୍ୟମରେ ଏହି ଚେତାବନୀ ଦିଆଯାଇଥିବା ଦେଖିବାକୁ ମିଳିଛି, ଯେଉଁଥିରେ ଇସ୍ରାଏଲ ସାମରିକ ସେନାର ନାମ ସହିତ ତାଙ୍କର ଲୋଗୋ ମଧ୍ୟ ରଖାଯାଇଛି । ଏହା ସହ ଗାଜା ଷ୍ଟ୍ରିପରେ ଅନେକ ଲୋକଙ୍କୁ ଏହି ମେସେଜ ଏକ ଅଡିଓ ସହ ହ୍ୱାଟ୍ସଆପ ମାଧ୍ୟମରେ ପଠାଯାଇଥିବା “ରିୟୁଟର” ମିଡ଼ିଆ ଏଜେନ୍ସି ଖବର ପ୍ରକାଶ କରିଛି ।

ତେବେ ପ୍ରଚାର ପତ୍ରରେ ଲେଖାଯାଇଛି ଯେ, ଗାଜାବାସୀଙ୍କ ପାଇଁ ଜରୁରୀକାଳୀନ ଚେତାବନୀ । ଗାଜା ୱାଡିର ଉତ୍ତରରେ ତୁମର ଉପସ୍ଥିତି ତୁମ ଜୀବନକୁ ବିପଦରେ ପକାଉଛି । ଯେଉଁମାନେ ଉତ୍ତର ଗାଜା ଛାଡି ଦକ୍ଷିଣ ୱାଡି ଗାଜାକୁ ନ ଯିବାକୁ ଚାହିଁବେ ସେମାନେ ଏକ ଆତଙ୍କବାଦୀ ସଂଗଠନର ସହଯୋଗୀ ବା ଅପରାଧୀ ଭାବେ ପରିଚିତ ହେବ। ଅଲ-ଅଂସାର ମସଜିଦ ଉପରେ ଇସ୍ରାଏଲ ସବୁଠାରୁ ବଡ ଏୟାର ଷ୍ଟ୍ରାଇକ୍ କରିବା ଭିତରେ ଏଭଳି ସତର୍କ ସୂଚନା ଦିଆଯାଇଥିବା କୁହାଯାଉଛି ।

Get real time updates directly on you device, subscribe now.