fbpx

ବିଶିଷ୍ଟ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଜସରାଜଙ୍କ ପତ୍ନୀ ମଧୁରା ଜସରାଜଙ୍କ ନିଧନ, ୮୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ

ନୂଆଦିଲ୍ଲୀ: ଆଜି ବିଶିଷ୍ଟ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଜସରାଜଙ୍କ ପତ୍ନୀ ମଧୁରା ଜସରାଜଙ୍କ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି ବୟସ ଜନିତ ରୋଗ କାରଣରୁ ଅସୁସ୍ଥ ଥିଲେ । ମୁମ୍ବାଇ ସ୍ଥିତ ତାଙ୍କ ବସୋବା ବାସଭବନରେ ସେ ୮୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆଜି ଓଶିୱାରା ଶ୍ମଶାନରେ ସନ୍ଧ୍ୟା ୪ଟାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପାରିବାରିକ ସୂତ୍ରରୁ ପ୍ରକାଶ ।

ମଧୁରା ଜସରାଜ ଏକାଥରକେ ଜଣେ ଫିଲ୍ମ ନିର୍ମାତା, ଲେଖିକା ଏବଂ ସଂଗୀତ ପ୍ରେମୀ ଥିଲେ । ବିଶିଷ୍ଟ ଫିଲ୍ମ ନିର୍ମାତା ଡା. ଭି ଶାନ୍ତାରାମଙ୍କ ସୁପୁତ୍ରୀ ଥିଲେ ମଧୁରା । ୧୯୬୨ରେ ସେ ପଣ୍ଡିତ ଜସରାଜଙ୍କୁ ବିବାହ କରିଥିଲେ । ନାଟକ ନିର୍ଦ୍ଦେଶନା ଦେବା ଏବଂ ଆତ୍ମଜୀବନୀ ଲେଖିବା ପାଇଁ ସେ ବେଶ୍ ଜଣାଶୁଣା । ଏହା ସହ ଶାସ୍ତ୍ରୀୟ ସଂଗୀତ ସହ ଜଡ଼ିତ ଅନେକ ସଂଗୀତ ଆଲବମରେ ସହଯୋଗ କରିଥିଲେ । ମଧୁରା ଜସରାଜଙ୍କ ନିଧନରେ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରିବାର, ଅନେକ ବ୍ୟକ୍ତି ବିଶେଷ ଏବଂ ଫ୍ୟାନ୍ସ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି । କହିରଖୁଛୁ ୨୦୨୦ରେ ପଣ୍ଡିତ ଜସରାଜଙ୍କ କାର୍ଡିଆକ୍ ଆରେଷ୍ଟରେ ଦେହାନ୍ତ ହୋଇଥିଲା ।

Get real time updates directly on you device, subscribe now.