fbpx

ବିଶିଷ୍ଟ ଓଡିଆ ସାହିତ୍ୟିକା ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଣାପାଣି ମହାନ୍ତିଙ୍କ ଦେହାନ୍ତ

ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବିଣାପାଣି ମହାନ୍ତିଙ୍କର ପରଲୋକ ହୋଇଛି । ୮୫ ବର୍ଷ ବୟସରେ କଟକସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ନିକଟରେ ସେ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିଲେ ।

ତାଙ୍କୁ ପାଟଦେଈ ବୋଲି ମଧ୍ୟ ସମ୍ବୋଧନ କରାଯାଏ । ଏହାଛଡ଼ା ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି । ଓଡ଼ିଶା ତଥା ସାରା ଭାରତରେ ତାଙ୍କ ଲେଖାର ପ୍ରଶଂସକ ରହିଛନ୍ତି । ତାଙ୍କର ଲେଖାକୁ ଯିଏ ବି ପଢ଼ିଛି ସେ ତାଙ୍କୁ ଭୁଲି ପାରି ନାହିଁ ।

୧୯୬୦ ମସିହାରେ ତାଙ୍କର ପ୍ରଥମ ପୁସ୍ତକ ଗୋଟିଏ ରାତିର କାହାଣି ସାହାଯ୍ୟରେ ସେ ତାଙ୍କର ସାହିତ୍ୟିକ ଜୀବନ ଆରମ୍ଭ କରିଥିଲେ । ପାଟଦେଈ ହେଉଛି ତାଙ୍କର ଶ୍ରେଷ୍ଠ କାହାଣି ।

ଏହା ବାଦ୍ ସେ ଖେଳ ଘର, ନଇକୁ ରାସ୍ତା। ବସ୍ତ୍ରହରଣ, କସ୍ତୁରୀ ମୁର୍ଗ ଓ ସବୁଜ ଅରଣ୍ୟ ଏବଂ ମିଛି ମିଚିକା ଅନ୍ୟତମ । ସେ ୧୯୯୦ ରେ “ପାଟ୍ଟଦେଈ’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଜିତିଥିଲେ। ତାଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

Get real time updates directly on you device, subscribe now.