କମ୍ପାନୀ କରୁଥିଲା ହଇରାଣ, ଟଏଲେଟ୍ ପେପରରେ ଇସ୍ତାଫା ପତ୍ର ଲେଖିଲେ କର୍ମଚାରୀ

ସିଙ୍ଗାପୁରର ଜଣେ ମହିଳା କର୍ମଚାରୀ ତାଙ୍କ ଇସ୍ତଫା ପତ୍ରକୁ ଲିଙ୍କ୍ ଦିନରେ ସେୟାର କରିଛନ୍ତି। ଯାହା ପରେ ଏହା ଭାଇରାଲ ହୋଇଛି। ଏହି ଇସ୍ତଫା ପତ୍ରକୁ ଟଏଲେଟ୍ ପେପରରେ ଲେଖାଯାଇଥିଲା।

ନୂଆଦିଲ୍ଲୀ: ଅନେକ ଲୋକ କମ୍ପାନୀଗୁଡ଼ିକରେ ହଇରାଣ ଏବଂ ଅତ୍ୟଧିକ ଚାପ ପାଇଁ କମ୍ପାନୀରୁ ଇସ୍ତଫା ଦେଇଥାଆନ୍ତି। ଯାହା ଆପଣମାନେ ଦେଖିଥିବେ ଅଙ୍ଗେ ମଧ୍ୟ ଲିଭାଇଥିବେ।
କିନ୍ତୁ ଆପଣଙ୍କୁ ଏପରି ଏକ ଇସ୍ତଫା ପତ୍ର ବିଷୟରେ କହିବୁ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସିଙ୍ଗାପୁରର ଜଣେ ମହିଳା କର୍ମଚାରୀ ତାଙ୍କ ଇସ୍ତଫା ପତ୍ରକୁ ଲିଙ୍କ୍ ଦିନରେ ସେୟାର କରିଛନ୍ତି। ଯାହା ପରେ ଏହା ଭାଇରାଲ ହୋଇଛି। ଏହି ଇସ୍ତଫା ପତ୍ରକୁ ଟଏଲେଟ୍ ପେପରରେ ଲେଖାଯାଇଥିଲା। ଏହାର ମଧ୍ୟ କାରଣ ଥିଲା କର୍ମଚାରୀ ନିଜେ ଏହି କଥା ଲେଖିଛନ୍ତି।

ମହିଳା କର୍ମଚାରୀ ଇସ୍ତଫାରେ ନିଜ ମନର କଥା ଲେଖିଛନ୍ତି। ଏହି କମ୍ପାନୀ ମତେ ଟଏଲେଟ୍ ପେପର ପରି ବ୍ୟବହାର କରୁଛି। ଯେଉଁ ସମୟରେ ଦରକାର ପଡ଼ୁଛି ବ୍ୟବହାର କରୁଛି ପରେ କୌଣସି ଚିନ୍ତା ନକରି ଫିଙ୍ଗି ଦେଉଛି।

ଟଏଲେଟ୍ ପେପରରେ ଲେଖାଯାଇଥିବା ଇସ୍ତଫା ପତ୍ରରେ ଲେଖା ଅଛି,ଏହି କମ୍ପାନୀ ମୋ ସହିତ ଯେପରି ବ୍ୟବହାର କରିଛି ତାହାର ପ୍ରତୀକ ସ୍ୱରୂପ ମୁଁ ମୋର ଇସ୍ତଫା ପତ୍ର ଲେଖିବା ପାଇଁ ଏହି ପ୍ରକାରର କାଗଜ ବାଛିଛି। ମୁଁ ଚାକିରି ଛାଡି ଦେଉଛି।

ଆଞ୍ଜେଲା ତାଙ୍କ ପୋଷ୍ଟରେ ଏହି ଘଟଣାକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଭାବେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଏହି ଶବ୍ଦଗୁଡ଼ିକ ମୋ ମନେ ଗଭୀର ଛାପ ଛାଡ଼ିଛି।

ଏହା କେବଳ ଏକ ଇସ୍ତଫା ନୁହେଁ, କାର୍ଯ୍ୟାଳୟର ପରିବେଶ ଓ ସଂସ୍କୃତି କେତେ ଗୁରୁତ୍ୱପୂର୍ଣ୍ଣ ତାହାର ଏକ ପ୍ରମାଣ। ସେ ଆହୁରି ମତ ଦେଇଛନ୍ତି ଯେ କର୍ମଚାରୀଙ୍କୁ ଏପରି ଭାବେ ସମ୍ମାନ ଓ ମୂଲ୍ୟାୟନ କରାଯିବା ଉଚିତ ଯେ, ସେମାନେ ଚାକିରି ଛାଡ଼ିବା ସମୟରେ କୃତଜ୍ଞତା ନେଇ ବିଦାୟ ନିଅନ୍ତୁ, ଅସନ୍ତୋଷ ନୁହେଁ।