fbpx

ENG vs SL: ଗୋଟିଏ ହାତରେ ଡ୍ରିଙ୍କ୍‌, ଅନ୍ୟ ହାତରେ କ୍ୟାଚ୍‌….ଫ୍ୟାନଙ୍କ ଏପରି କାରନାମା ଦେଖି ସମସ୍ତେ ଚକିତ

ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ମାଞ୍ଚେଷ୍ଟରର ଓଲ୍ଡ ଟ୍ରେଫର୍ଡ଼ ଠାରେ ଖେଳାଯାଉଛି । ଏହି ମ୍ୟାଚର ୩ୟ ଦିନରେ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ବ୍ୟାଟ୍ସମ୍ୟାନଙ୍କ ଠାରୁ ଆରମ୍ଭ କରି ଡ୍ରେସିଂ ରୁମରେ ଥିବା ବିଶିଷ୍ଟ ଖେଳାଳି ଏବଂ କୋଚ୍ ଚକିତ ହୋଇଥିଲେ । ଏହି ଭିଡ଼ିଓକୁ ଇଂଲଣ୍ଡ କ୍ରିକେଟ ବୋର୍ଡ଼ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛି ।

ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚରେ ଜଣେ ଫ୍ୟାନ୍ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହି ମୁକାବିଲା ସମୟରେ ୮୩ ଓଭରରେ ଅସିଥା ଫର୍ଣ୍ଣାଣ୍ଡୋ, ମାର୍କ ଉଡଙ୍କୁ ଏକ ବାଉନସର ଦେଇଥିଲେ । ନିଜକୁ ଡିଫେନ୍ସ କରିବାକୁ ଯାଇ ଉଡ୍ ଏକ ଦମଦାର ଶଟ୍ ମାରିଥିଲେ । ମିଡ୍ ୱିକେଟ୍ ଷ୍ଟାଣ୍ଡରେ ଥିବା ଜଣେ ଫ୍ୟାନ୍ ବଲଟିକୁ ଗୋଟିଏ ହାତରେ ଧରିବାରେ ସଫଳ ହୋଇଥିଲେ । ସେ ଅନ୍ୟ ହାତରେ ଏକ ପାନୀୟ ମଧ୍ୟ ଧରିଥିଲେ । ଏହା ପରେ କରତାଳିରେ ଷ୍ଟାଡିୟମ କମ୍ପି ଉଠିଥିଲା । ଏହି ଦୃଶ୍ୟ ସେଠାରେ ଥିବା ସମସ୍ତଙ୍କୁ ଚକିତ କରଥିଲା ।

 

 

 

 

Get real time updates directly on you device, subscribe now.