fbpx

ବୁଲ ଡୋଜରରେ ବର: ବିବାହ ପାଇଁ ଭାଉଜମାନଙ୍କ ସହ ମଣ୍ଡପରେ ପହଞ୍ଚିଲେ ଇଞ୍ଜିନିୟର

ନୂଆଦିଲ୍ଲୀ: ବିବାହ ସମସ୍ତଙ୍କ ଜୀବନର ଏକ ଅମୂଲ୍ୟ ସମ୍ପର୍କ । ସେଥିପାଇଁ ସମସ୍ତେ ଏହି ମୁହୂର୍ତ୍ତକୁ ସ୍ପେଶାଲ କରିବା ପାଇଁ ବିଭିନ୍ନ ପ୍ରକାର କାମ କରିଥାନ୍ତି । ତେବେ ଏହି ହିସାବରେ ବର କନ୍ୟାଙ୍କ ଏଣ୍ଟ୍ରି ସବୁଠୁ ଦମଦାର ହୋଇଥାଏ ଏବଂ ଖୁବ ସ୍ପେଶାଲ ମୋମେଣ୍ଟ ଭାବରେ ରହିଥାଏ । କେବେ କନ୍ୟା ନାଚି ନାଚି ଏଣ୍ଟ୍ରି ମାରିଥାଏ ତ କେବେ ବର ହାତୀ, ଘୋଡା କିମ୍ବା ବାଇକରେ ମଣ୍ଡପକୁ ଆସିଥାଏ । ଏବେ ଏମିତି ଏକ ଭିଡିଓ ସାମନାକୁ ଆସିଛି, ଯେଉଁଥିରେ ବର ଘୋଡା କି କାରରେ ନୁହେଁ, ବରଂ ବୁଲଡୋଜରରେ ଆସି କନ୍ୟା ଘରେ ପହଞ୍ଚିଛି । ଏହାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ଗତ କିଛି ଦିନରୁ ଦେଶରେ ଖୁବ ଚର୍ଚ୍ଚାରେ ରହିଛି ବୁଲଡୋଜର । ପ୍ରାୟତଃ ଏହା କନଷ୍ଟ୍ରକ୍ସନ କାମରେ ବ୍ୟବହାର ହୋଇଥାଏ । କିନ୍ତୁ ଆଉ ଏକ ୟୁନିକ ଷ୍ଟାଇଲରେ ଏହାର ବ୍ୟବହାର କରିଛନ୍ତି ଜଣେ ସିଭିଲ ଇଞ୍ଜିନିୟର । ନିଜ ବିବାହରେ କନ୍ୟା ଘରକୁ ଯିବା ପାଇଁ ବୁଲଡୋଜରକୁ ବାଛିଛନ୍ତି ମଧ୍ୟପ୍ରଦେଶର ଅଙ୍କୁଶ ଜଏସ୍ୱାଲ । ଦୀର୍ଘ ଦିନରୁ କନଷ୍ଟ୍ରକ୍ସନ ସହ ଜଡିତ ବିଭିନ୍ନ ମେସିନ ସହିତ କାମ କରୁଛନ୍ତି, ତେଣୁ ବିବାହରେ ସେ ବୁଲଡୋଜରକୁ ନିଜ ବାହନଭାବେ ବାଛିଛନ୍ତି ବୋଲି କହିଛନ୍ତି ସିଭିଲ ଇଞ୍ଜିନିୟର ଅଙ୍କୁଶ । କେବଳ ସେ ନୁହେଁ, ଏହି ବୁଲଡୋଜରରେ ତାଙ୍କର ୨ ଜଣ ଭାଉଜ ଏବଂ ଜଣେ ଛୋଟ ପିଲା ମଧ୍ୟ ଯାଇଥିଲେ ।

ବିବାହକୁ ସ୍ୱେଶାଲ କରିବା ପାଇଁ ଅଙ୍କୁଶ ବୁଲଡୋଜରକୁ ବାଛିଥିବା କହିଛନ୍ତି । ଏହି ଦିନକୁ ସେ ସ୍ୱରଣୀୟ କରିବାକୁ ଚାହୁଁଥିଲେ । ବିବାହରେ ବୁଲଡୋଜରର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା କ୍ଷଣି ଖୁବ ଭାଇରାଲ ହେବାରେ ଲାଗିଛି । ଅଙ୍କୁଶଙ୍କର ଏହି ନିଆରା ଏବଂ ଅଜବ ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

Get real time updates directly on you device, subscribe now.