fbpx

ଦିନିକିଆ ବିଶ୍ୱକପ ପାଇଁ ଇଂଲଣ୍ଡର ୧୫ ଜଣିଆ ଦଳ ଘୋଷଣା…ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ

ଓଡିଶା ଭାସ୍କର: ଦିନିକିଆ ବିଶ୍ୱକପକୁ ଆଉ ମାତ୍ର ଗୋଟିଏ ମାସରୁ କମ ଦିନ ବାକି ରହିଛି । ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଥିବା ବେଳେ ଇଂଲଣ୍ଡ ବର୍ତମାନ ତା’ର ୧୫ ଜଣିଆ ଦଳ ଘୋଷଣା କରିଛି । ଜୋସ ବଟଲରଙ୍କ ନେତୃତ୍ୱରେ ଇଂଲଣ୍ଡ ଦିନିକିଆ ବିଶ୍ୱକପ ମୈଦାନକୁ ଓହ୍ଲାଇବ ବୋଲି ଘୋଷଣା କରିଛି। ସେହିପରି ତାଙ୍କ ସହ ବିସ୍ଫୋରକ ବ୍ୟାଟ୍‌ର ହ୍ୟାରି ବ୍ରୁକ୍‌ଙ୍କୁ ମଧ୍ୟ ସୁଯୋଗ ମିଳିଛି। ସେ ଦଳରେ ଜେସନ ରୟଙ୍କ ସ୍ଥାନ ନେଇଛନ୍ତି । ଏହା ସହ ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱକପ ପାଇଁ ମୋଇନ ଅଲି, ଗୁସ ଆଟକିନ୍ସନ, ଜନି ବେୟାରଷ୍ଟୋ, ସାମ କୁରାନ୍‌, ଲିଆମ ଲିଭିଙ୍ଗଷ୍ଟୋନ, ଡେଭିଡ ମାଲାନ, ଆଦିଲ ରସିଦ, ଜୋ ରୁଟ, ବେନ ଷ୍ଟୋକ୍ସ, ରିସ ଟୋପଲି, ଡେଭିଡ ୱିଲି, ମାର୍କ ଉଡ୍‌, କ୍ରିସ ୱୁକସଙ୍କୁ ଚୟନ କରିଛି ଇଂଲଣ୍ଡ ଦଳ । ସମସ୍ତଙ୍କୁ ମିଶାଇ ମୋଟ ୧୫ ଜଣିଆ ଦଳ ଘୋଷଣା କରିଛି ଚାମ୍ପିୟନ ଇଂଲଣ୍ଡ ।

ଅନ୍ୟପଟେ ଏଥର ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି ରୋହିତ ଶର୍ମା । ପ୍ରଥମ ଥର ପାଇଁ ଦିନିକିଆ ଅଧିନାୟକ ଭାବରେ ସେ ବିଶ୍ୱକପ ଖେଳିବାକୁ ଯାଉଥିବା ବେଳେ ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ଦଳରେ ସାମିଲ ରହିଛନ୍ତି । ଏହାବ୍ୟତୀତ ଭାରତର ଅନ୍ୟ ଜଣେ ପୂର୍ବତନ ଅଧିନାୟକ ବର୍ତ୍ତମାନ ଦଳର କୋଚ୍ ଭାବରେ ରୋହିତଙ୍କ ସହ ରହିଛନ୍ତି ।

ବିଶ୍ୱକପ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଈଶାନ କିଶାନ, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ସୂର୍ୟ୍ୟକୁମାର ଯାଦବ, ରବିନ୍ଦ୍ର ଜାଡ଼େଜା, ଅକ୍ସର ପଟେଲ, ଶାର୍ଦ୍ଦୁଳ ଠାକୁର, ଜଶପ୍ରୀତ ବୁମରାହ, ମହମ୍ମଦ ଶାମୀ, ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ।

Get real time updates directly on you device, subscribe now.