Breaking: ଚାମ୍ପିଅନ୍ସ ଟ୍ରଫିର ସବୁ ମ୍ୟାଚ୍ ହାରିଲା ଇଂଲଣ୍ଡ, ଚତୁର୍ଥ ଟିମ୍ ଭାବରେ ସେମିରେ ପହଞ୍ଚିଲା ଦକ୍ଷିଣଆଫ୍ରିକା
ICC ଚାମ୍ପିଅନ୍ସ ଟ୍ରଫି ଗ୍ରୁପ ପର୍ଯ୍ୟାୟରେ ସବୁ ମ୍ୟାଚ୍ ହାରିଲା ଇଂଲଣ୍ଡ। ଇଂଲଣ୍ଡକୁ ୭ ଓ୍ୱିକେଟରେ ହରାଇ ଦକ୍ଷିଣ ଆଫ୍ରିକା ଗ୍ରୁପ ବି ଟପ୍ପର। ଚତୁର୍ଥ ଟିମ୍ ଭାବରେ ସେମିଫାଇନାଲରେ ପହଞ୍ଚିଲା ଦକ୍ଷିଣଆଫ୍ରିକା।
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ସେମିରେ ଦକ୍ଷିଣଆଫ୍ରିକା। ଚତୁର୍ଥ ଟିମ୍ ଭାବରେ ସେମିଫାଇନାଲରେ ପହଞ୍ଚିଲା ଦକ୍ଷିଣଆଫ୍ରିକା। ପୂର୍ବରୁ ଭାରତ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ସେମିରେ ପହଞ୍ଚିସାରିଛନ୍ତି। ଆଉ ଆଜି ଇଂଲଣ୍ଡ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବାଜିମାତ୍ କରିନେଲା ସାଉଥ୍ ଆଫ୍ରିକା।
ଏହାସହ ସେମିଫାଇନାଲରେ ମଧ୍ୟ ନିଜ ସ୍ଥାନ ପକ୍କା କଲା ଦକ୍ଷିଣଆଫ୍ରିକା। ଯଦି ଦେଖିବା ICC ଚାମ୍ପିଅନ୍ସ ଟ୍ରଫି ଗ୍ରୁପ ପର୍ଯ୍ୟାୟରେ ସବୁ ମ୍ୟାଚ୍ ହାରିଲା ଇଂଲଣ୍ଡ। ଇଂଲଣ୍ଡକୁ ୭ ଓ୍ୱିକେଟରେ ହରାଇ ଦକ୍ଷିଣ ଆଫ୍ରିକା ଗ୍ରୁପ ବି ଟପ୍ପର ହେଲା। ଗ୍ରୁପ ବିରୁ ଦ୍ୱିତୀୟ ଦଳ ଭାବରେ ଅଷ୍ଟ୍ରେଲିଆ ସେମିକୁ ଉତ୍ତୀର୍ଣ୍ଣ ହୋଇସାରିଛି।
ଶନିବାର ଆଫ୍ରିକୀୟ ବୋଲରମାନେ ଇଂଲଣ୍ଡକୁ ୧୭୯ ରନରେ ଅଲଆଉଟ କରିଥିଲେ। ଏହା ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସର୍ବନିମ୍ନ ସ୍କୋର। ଟୁର୍ଣ୍ଣାମେଣ୍ଟରେ ଏହା ପ୍ରଥମ ଥର ଯେଉଁଠାରେ କୌଣସି ଦଳ ୨୦୦ ରନରୁ କମ୍ ରନରେ ଆଉଟ ହୋଇଛି।