fbpx

ସବୁ ଫର୍ମାଟରେ ଇଂଲଣ୍ଡ ଖେଳିବ Bazball Cricket: ଦିନିକିଆ-T20ରେ ସାମିଲ ହେଲେ ନୂଆ କୋଚ୍

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ‘ବାଜବଲ କ୍ରିକେଟ’ ଖେଳି ଇଂଲଣ୍ଡ କିଛି ଦିନ ଭିତରେ ଖୁବ ପ୍ରଶଂସା ସାଉଁଟିଛି । ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ବେଣ୍ଡନ୍ ମ୍ୟାକୁଲମ୍ ଦଳର କୋଚ୍ ଦାୟିତ୍ୱ ନେବା ପରେ ଇଂଲଣ୍ଡ ଏହି ଫର୍ମାଟରେ ଖେଳିବାର ଷ୍ଟାଇଲରେ ପରିବର୍ତ୍ତନ ଆଣିଥିଲା । ଏବେ ଇଂଲଣ୍ଡ ବୋର୍ଡ ମ୍ୟାକୁଲମଙ୍କୁ ସୀମିତ ଓଭର କ୍ରିକେଟର କୋଚ୍ ଭାବରେ ନିୟୋଜିତ କରିଛି । ତେଣୁ ଖୁବଶୀଘ୍ର ଇଂଲଣ୍ଡ ଟିମ୍ ଦିନିକିଆ ଏବଂ ଟି-୨୦ ଫର୍ମାଟରେ ମଧ୍ୟ ବାଜବଲ କ୍ରିକେଟ ଆରମ୍ଭ କରିବ ବୋଲି ଆଶା କରାଯାଉଛି । ତେବେ ଟେଷ୍ଟ ପରେ ଇଂଲଣ୍ଡର ଦିନିକିଆ ଏବଂ ଟି-୨୦ ଫର୍ମାଟରେ ମଧ୍ୟ କୋଚ୍ ଭାବରେ ଦାୟିତ୍ୱ ତୁଲାଇବେ ବ୍ରେଣ୍ଡନ୍ ମ୍ୟାକୁଲମ୍ ।

୨୦୨୨ ମସିହାରେ ଇଂଲଣ୍ଡର କୋଚ୍ ଭାବରେ ଦାୟିତ୍ୱ ନେଇଥିଲେ ବ୍ରେଣ୍ଡନ୍ ମ୍ୟାକୁଲମ୍ । ଦଳରେ ତାଙ୍କର ସଫଳତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବୋର୍ଡ ମ୍ୟାକୁଲମଙ୍କ ଚୁକ୍ତିକୁ ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଆସନ୍ତା ୨୦୨୫ ଜାନୁୟାରୀରୁ ମ୍ୟାକୁଲମ୍ ଟେଷ୍ଟ ସହିତ ଦିନିକିଆ ଏବଂ ଟି-୨୦ ଫର୍ମାଟରେ ମଧ୍ୟ କୋଚ୍ ଭାବରେ ଦାୟିତ୍ୱ ଗ୍ରହଣ କରିବେ । ଅର୍ଥାତ୍ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର କୋଚ୍ ଭୂମିକାରେ ଶେଷ ସିରିଜ ଖେଳିବେ ମାର୍କସ ଟ୍ରେସ୍କୋଥିକ ।

ଇଂଲଣ୍ଡ ପୁରୁଷ ଦଳର ମୁଖ୍ୟ କୋଚ୍ ଭାବରେ ଚୟନ ହେବା ପରେ ମ୍ୟାକୁଲମ୍ ଏହାକୁ ନେଇ ନିଜ ଖୁସି ଜାହିର କରିଛନ୍ତି । ଟେଷ୍ଟ ଟିମ୍ ସହ ମୁଁ ନିଜ ସମୟର ଖୁବ ମଜା ନେଇଛି । ଏହାସହିତ ଆଗକୁ ମିଳିଥିବା ବଡ଼ ଏବଂ ନୂଆ ଦାୟିତ୍ୱ ପାଇଁ ମଧ୍ୟ ଉତ୍ସାହିତ ଥିବା କହିଛନ୍ତି ମ୍ୟାକୁଲମ୍ । ବଟଲର ସେନା ସହ ମିଶି ଇଂଲଣ୍ଡ କ୍ରିକେଟକୁ ଆଗକୁ ନେବା ପାଇଁ ଚେଷ୍ଟା ଜାରି ରଖିବେ ବ୍ରେଣ୍ଡନ୍ ମ୍ୟାକୁଲମ୍ ।

Get real time updates directly on you device, subscribe now.