fbpx

ଭାରତୀୟ ସିନେମାକୁ ପଛରେ ପକାଇ ଦେଇଛି Deadpool and Wolverine, ହଲିଉଡ ମୁହାଁ ଭାରତୀୟ ଦର୍ଶକ

ଓଡିଶା ଭାସ୍କର: ଭାରତୀୟ ସିନେମା ଘରରେ ହଲିଉଡ ସିନେମା ‘ଡେଡପୁଲ ଓ ୱୁଲ୍ୱରିନ’(Deadpool and Wolverine) ବଲିଉଡ ଓ ସାଉଥ ସିନେମାକୁ ବେଶ୍ ପଛରେ ପକାଇ ଦେଇଛି । ମାତ୍ର ୨ ଦିନରେ ସିନେମାଟି ପ୍ରାୟ ୪୩ କୋଟି ରୋଜଗାର କରି ସାରିଲାଣି । ତାମିଲ, ତେଲୁଗୁ ତଥା ହିନ୍ଦୀ ଭାଷାର ବକ୍ସ ଅଫିସରେ ଏହି ହଲିଉଡ ସିନେମା ଟଙ୍କାର ବର୍ଷା କରୁଛି । ପ୍ରଥମ ଦିନରେ ଭାରତରେ ଏହି ଫିଲ୍ମ ୨୧ କୋଟି ଆୟ କରିଥିଲା । ଏଥିରେ ଇଂରାଜୀ ଭାଷାରେ ୧୦.୯ କୋଟି, ହିନ୍ଦୀରେ ପ୍ରାୟ ୮.୧ କୋଟି ଓ ତେଲୁଗୁ ତଥା ତାମିଲରେ ଯଥାକ୍ରମେ ପ୍ରାୟ ୯୦ ଲକ୍ଷ ଓ ୧.୧ କୋଟି ରୋଜଗାର କରିଥିଲା ।

ଦ୍ୱିତୀୟ ଦିନରେ ସିନେମାଟି ପ୍ରାୟ ୨୨.୬୫ କୋଟି କଲେକ୍ସନ କରିଛି । ହଲିଉଡର ଏହି ସିନେମା ଭାରତୀୟ ସିନେମାର ଦ୍ରୁତତାରେ ବ୍ରେକ ଲଗାଇଛି । ଭିକି କୌଶଳଙ୍କ Bad Newz ଓ ଧନୁଷଙ୍କ Raayan ଚଳଚ୍ଚିତ୍ର ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ସେମାନଙ୍କ ଆୟ ଧିମେଇ ଯାଉଛି । ସିନେମା Deadpool and Wolverine ରେ ସୁପରଷ୍ଟାର ରେୟାନ ରିନଲ୍ଡ, ହୁଜ ଜ୍ୟାକ୍ସନ ତଥା ଇମା କେରିନ ଓ ମୋରେନା ବେକରିନଙ୍କ ଦମଦାର ଅଭିନୟ ଭାରତୀୟ ସିନେପ୍ରେମୀଙ୍କ ଘାଇଲା କରୁଛି ।

Get real time updates directly on you device, subscribe now.