fbpx

KBCରେ ଜିତିଥିଲେ ୫ କୋଟି, ସିଗାରେଟ-ମଦ ଚାମ୍ପିୟନଙ୍କୁ କଳା କଙ୍ଗାଳ! ଆରମ୍ଭ ହୋଇ ସାରିଛି ‘କୌନ ବନେଗା କରୋଡପତି’, ଦେଖନ୍ତୁ…

ଓଡିଶା ଭାସ୍କର: ବଲିଉଡ ମହାନାୟକ ବିଗ-ବି ଅମିତାଭ ବଚ୍ଚନ ‘କୌନ ବନେଗା କରୋଡପତି’ ର ୧୬ ତମ ସିଜନ ସହ ଫେର ସାରିଛନ୍ତି । ସିନେମା ସହ ସେ ଏହି ଶୋ’କୁ ଦୀର୍ଘ ଦିନରୁ ହୋଷ୍ଟ କରି ଆସୁଛନ୍ତି । ଏହା ତାଙ୍କ ପାଇଁ ବେଶ୍ ଲୋକପ୍ରିୟ ମଧ୍ୟ । ଏହିକ୍ରମରେ ଆଜି ଆମେ ଆପଣଙ୍କୁ ଶୋ’ର ଏମିତି ଜଣେ ଚାମ୍ପିୟନ କଥା କହିବୁ ଯିଏ ୫ କୋଟି ଟଙ୍କା ଜିତିବା ସତ୍ତ୍ୱେ ବି କଙ୍ଗାଳ ହୋଇ ସାରିଛି ।

ଆମେ କହୁଛୁ, ୨୦୧୧ ମସିହାରେ ‘କୌନ ବନେଗା କରୋଡପତି ୫’ ର ୫ କୋଟି ଟଙ୍କା ଜିତି ବିଜେତା ହୋଇଥିବା ସୁଶୀଲ କୁମାରଙ୍କ କଥା । କେବିସି ବିଜେତା ବିହାରର ସୁଶୀଲ କୁମାରଙ୍କ କଥା ତ ଆପଣଙ୍କର ମନେ ଥିବ । ସେହି ସମୟରେ ସୁଶୀଲ ୫ କୋଟି ଜିତି ବେଶ୍ ଲୋକପ୍ରିୟ ହୋଇ ଉଠିଥିଲେ । ସେ କେବିସିରେ ୫ କୋଟି ଜିତିଥିବା ପ୍ରଥମ ପ୍ରତିଯୋଗୀ ଥିଲେ ।

ସୁଶୀଲ କୌନ ବନେଗା କରୋଡପତିରେ ଯେତେ ଟଙ୍କା ଜିତିଥିଲେ ସେଥିରେ ସେ ନିଜର ଜୀବନଶୈଳୀକୁ ବଦଳାଇ ପାରି ଥାଆନ୍ତେ । ମାତ୍ର ସେ ତାହାକୁ ଖରାପ କାର୍ଯ୍ୟରେ ବ୍ୟବହାର କରି କଙ୍ଗାଳ ସାଜିଥିଲେ । ୨୦୨୦ ମସିହାରେ ସୁଶୀଲ ଫେସବୁକରେ ଏକ ପୋଷ୍ଟ ସେୟାର କରି ଏ କଥା ଜଣାଇଥିଲେ । ନିଶାସେବନ ତାଙ୍କୁ ପାଗଳ କରି ଦେଲା । ତାଙ୍କ ଜୀବନର ମୋଡ ବଦଳାଇ ଦେଲା । ଏତେ ଟଙ୍କା ଜିତିବା ପରେ ଲୋକେ ତାଙ୍କୁ ଧୋକା ମଧ୍ୟ ଦେଲେ ଭିନ୍ନ ଭିନ୍ନ ଉପାୟରେ । କେବିସି ପରେ ସେ ପ୍ରତିମାସରେ ପ୍ରାୟ ଅନେକ କର୍ଯ୍ୟକ୍ରମରେ ଭାଗ ନେଉଥିଲେ ।

ନିଜର ପତ୍ନୀ ମଧ୍ୟ ତାଙ୍କୁ ଖରାପ ଅଭ୍ୟାସଠୁ ଦୂରେଇ ରହିବା ପାଇଁ ବାରମ୍ବାର ପରାମର୍ଶ ଦେଉଥିଲେ । ଫଳରେ ସୁଶୀଲ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡା ହେଉଥିଲା । ସେ ନିଶାର ମାୟାଜାଲରେ ପଡି କିଛି ବୁଝି ପାରୁ ନଥିଲେ । ଫଳରେ ଦିନ ଆସିଲା ତାଙ୍କର ସମସ୍ତ ଅର୍ଥ ସରିଗଲା ଓ କଙ୍ଗାଳ ହୋଇଗଲେ । ଜଣେ ରିପୋର୍ଟରଙ୍କ ସହ ତାଙ୍କ ମନୋମାଳିନ୍ୟ ହେବାରୁ ସେ ତାଙ୍କୁ ଜଣାଇଥିଲେ ଯେ, ସୁଶୀଲଙ୍କ ସମସ୍ତ ଟଙ୍କା ସରି ସାରିଛି । ମାତ୍ର ପରବର୍ତ୍ତୀ ସମୟରେ ଏହା ଏକ ଗୁଜବ ଥିଲା ବୋଲି ବି ଜଣା ପଡିଥିଲା । କିନ୍ତୁ, ସେ କଙ୍ଗାଳ ନ ହୋଇଥିଲେ ବି ତାଙ୍କ ଟଙ୍କାର ବ୍ୟବହାର ଠିକ ସେ ଜାଣି ନ ଥିଲେ ।

Get real time updates directly on you device, subscribe now.