fbpx
BJD SKY
BJD SKY

ସହରକୁ ଗ୍ରାସ କରିବାକୁ ଆଁ କରୁଛି ବଡ଼ ବଡ଼ ଗାତ; ୭୦,୦୦୦ ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ସହର ଖୁବ ଶୀଘ୍ର ମାଟିରେ ମିଶିବ !

BJD

ନୂଆଦିଲ୍ଲୀ: ପ୍ରକୃତିର ବିକଟାଳ ଦୃଶ୍ୟ ଆମେ ସମସ୍ତେ ଦେଖିଛନ୍ତି। ଆଉ ବହୁତ ଭଲ ଭାବରେ ଆମକୁ ଜଣା ଅଛି ସମୟ ଆସିଲେ ପ୍ରକୃତି କିଭଳି ଦାଉ ସାଜି ପାରେ। ତେବେ ଏହି ଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ୭୦,୦୦୦ ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏକ ସହର ପୃଥିବୀ କୋଳରେ ପୋତି ହୋଇଯିବାର ବିପଦ ଉପୁଜିଛି । ଏହାକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଆସନ୍ତା କିଛି ବର୍ଷ ମଧ୍ୟରେ ଏହି ସହରର ଅସ୍ତିତ୍ୱ ଲୋପ ପାଇବ। ଜଙ୍ଗଲ ନଷ୍ଟ ହେତୁ ଏଠାରେ ଜନବସତି ଲୋପ ପାଇଯିବ । ଏହି କାରଣରୁ ଭୂସ୍ଖଳନ କ୍ରମାଗତ ଭାବରେ ଘଟୁଛି ଏବଂ ବିଭିନ୍ନ ସ୍ଥାନରେ ବିରାଟ ଗର୍ତ୍ତ ସୃଷ୍ଟି ହେଉଛି ।

ସୂଚନାମୁତାବକ ବ୍ରାଜିଲର ଉତ୍ତର-ପୂର୍ବରେ ଅବସ୍ଥିତ ବୁରିଟିକୁପୁ ସିଟି ବିଷୟରେ କହୁଛୁ, ୧୯୯୪ ରେ ପ୍ରତିଷ୍ଠିତ ଏହି ସ୍ଥାନରେ , ପ୍ରାୟ ୭୩୦୦୦ ଲୋକ ବାସ କରନ୍ତି । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଏହି ସହରର ଚାରିଆଡେ ଜଙ୍ଗଲ ଏତେ କଟା ହୋଇଗଲା ଯେ ଏହା ବର୍ତ୍ତମାନ ଏଠାକାର ଲୋକ ମାନଙ୍କ ପାଇଁ କାଳ ହେଇଯାଇଛି । ଏହାର ଫଳାଫଳରେ ଏହି ସ୍ଥାନରେ କ୍ରମାଗତ ଭାବରେ ଭୂସ୍ଖଳନ ଦେଖାଯାଉଛି । ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ସହରକୁ ମାଟିରେ ମିଶିଯିବାକୁ ଦେବ ବୋଲି ଆଶଙ୍କା କରାଯାଉଛି।

ଡେଲି ମେଲ ଅନୁଯାୟୀ, ବୁରିଟିକୁପୁ ସହରରେ ନିକଟରେ, ହଠାତ୍ ବଡ଼ ଭୂ ସ୍କଳନ ହେଇ ୨୩୦ ଫୁଟ (୭୦ ମିଟର) ର ଏକ ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିଲା। ଗର୍ତ୍ତ ଏତେ ବଡ ଥିଲା ଯେ ଏଥିରେ ବହୁ ଘର ପଶିଯିବ । ଏହାର ଚିତ୍ର ସୋସିଆଲ ମିଡିଆରେ ମଧ୍ୟ ସାମ୍ନାକୁ ଆସିଛି। ଯାହା ଏଠାକାର ଲୋକମାନଙ୍କୁ ଚିନ୍ତାରେ ପକେଇଛି ।

ଦେଖିବାକୁ ଗଲେ ଏହି ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୯୭୮ ଫୁଟ (୨୯୮ ମିଟର) ରୁ ଅଧିକ ୨୫ ଟି ଗର୍ତ୍ତ ଅଛି। ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ପରିବେଶବିତ୍ ମାନେ ଚେତାବନୀ ଦେଇଛନ୍ତି ଯେ ଯଦି ବର୍ତ୍ତମାନର ସ୍ଥିତିକୁ ନିୟନ୍ତ୍ରଣ ନ କରା ଯାଏ ତେବେ ଆସନ୍ତା ୩୦-୪୦ ବର୍ଷ ମଧ୍ୟରେ ପୃଥିବୀ ସମଗ୍ର ସହରକୁ ଗ୍ରାସ କରିବ। ଏଥି ସହିତ ପରିସ୍ଥିତିକୁ ଦେଖି ସରକାର ଏହାକୁ ‘ଜନ ବିପର୍ଯ୍ୟୟ’ ବୋଲି ଘୋଷଣା କରିଛନ୍ତି।

କୁହାଯାଇଥିଲା ଯେ ଜଙ୍ଗଲ ନଷ୍ଟ ହେବା କାରଣରୁ ବୁରିଟିକୁପୁର ମାଟି ଜଳ ଧରିପାରୁ ନାହିଁ। ମାଟି ଶୁଷ୍କ ଏବଂ ଦୁର୍ବଳ ହୋଇ ଭୂସ୍ଖଳନ ଘଟାଉଛି। ଚଳିତ ବର୍ଷ ପ୍ରବଳ ବର୍ଷା ପରିସ୍ଥିତିକୁ ଆହୁରି ଗୁରୁତର କରିଛି।

Get real time updates directly on you device, subscribe now.