fbpx

EPFO ପକ୍ଷରୁ ଆସିଲା ବଡ଼ ଅପଡେଟ୍: ୬.୫ କୋଟି ଖାତାଧାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ PF ସୁଧ

Advertisement

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଖାତାଧାରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଦୀର୍ଘ ସମୟ ଧରି ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ଆକାଉଣ୍ଟ ଧାରୀମାନେ ସେମାନଙ୍କର ଜମା ରାଶି ଉପରେ ମିଳୁଥିବା ସୁଧକୁ ଅପେକ୍ଷା କରି ରହିଛନ୍ତି । ଚଳିତ ଆର୍ଥିକ ବର୍ଷ ସମାପ୍ତ ହେବାକୁ ଆଉ କମ୍ ସମୟ ବାକି ଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ଖାତାକୁ ଅର୍ଥ ଟ୍ରାନ୍ସଫର କରାଯାଇନାହିଁ । ଏନେଇ ଖାତାଧାରୀମାନେ ଟ୍ୱିଟ କରି ଇପିଏଫଓ ନିକଟରେ ଅଭିଯୋଗ ଦାଖଲ କରୁଛନ୍ତି ।

ତେବେ ଏହିସବୁ ଅଭିଯୋଗ ଉପରେ ଇପିଏଫଓ ପକ୍ଷରୁ ରାଶି ଟ୍ରାନ୍ସଫର ସମ୍ପର୍କରେ ଜବାବ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷ ପାଇଁ ପିଏଫ ଉପରେ କେନ୍ଦ୍ର ସରକାର ୮.୧ ପ୍ରତିଶତ ସୁଧ ପ୍ରଦାନ କରିବାକୁ ସ୍ଥିର କରିଛନ୍ତି । ଗତ ୨୦୨୨ରେ ପିଏଫ ଆକାଉଣ୍ଟର ସୁଧ ହାର ୮.୫ରୁ ହ୍ରାସ କରି ୮.୧ ପ୍ରତିଶତ କରାଯାଇଥିଲା । ପାଖାପାଖି ୪୦ ବର୍ଷରେ ଏହା ସବୁଠାରୁ କମ୍ ସୁଧ ହାର ଥିଲା । ସୁଧ ରାଶି ଟ୍ରାନ୍ସଫର ପ୍ରକ୍ରିୟା ଜାରି ରହିଛି । ଖୁବଶୀଘ୍ର ଉପଭୋକ୍ତାଙ୍କ ଖାତାକୁ ସମ୍ପୂର୍ଣ୍ଣ ରାଶି ଟ୍ରାନ୍ସଫର କରାଯିବ । ଖାତାଧାରୀଙ୍କର କୌଣସି ପ୍ରକାରର ଅସୁବିଧା ହେବ ନାହିଁ ବୋଲି ଇପିଏଫଓ ପକ୍ଷରୁ କୁହାଯାଇଛି ।

ଗତ କିଛି ବର୍ଷ ଧରି ଖାତାଧାରୀଙ୍କୁ ପିଏଫ ସୁଧ ଠିକ ସମୟରେ ମିଳୁନାହିଁ । ଏବେ ୬.୫ କୋଟି ଖାତାଧାରୀଙ୍କ ଦୀର୍ଘ ପ୍ରତୀକ୍ଷା ସମାପ୍ତ ହେବାକୁ ଯାଉଛି । ଗତ ଫେବୃଆରୀ ମାସ ୧ ତାରିଖରେ ସାଧାରଣ ବଜେଟ ଆଗତ ଅବସରରେ ଇପିଏଫର ଅର୍ଥ ଉଠାଣ ନେଇ ବଡ଼ ଘୋଷଣା କରାଯାଇଥିଲା । ନୂଆ ନିୟମ ଅନୁଯାୟୀ ପିଏଫ ଜମା ରାଶି ଉଠାଣର ଟିଡିଏସ ରିହାତି ୩୦ ପ୍ରତିଶତରୁ ହ୍ରାସ କରି ୨୦ ପ୍ରତିଶତ କରାଯାଇଥିଲା । ଯେଉଁମାନଙ୍କର ପ୍ୟାନ କାର୍ଡ ସହିତ ପିଏଫ୍ ଆକାଉଣ୍ଟ ଅପଡେଟ୍ ହୋଇନଥିବ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉକ୍ତ ପିଏଫ ଖାତାଧାରୀଙ୍କୁ ଫାଇଦା ହେବ । ପୂର୍ବରୁ ଯଦି କେହି ପ୍ୟାନ କାର୍ଡ ଇପିଏଫଓ ସିଷ୍ଟମରେ ଅପଡେଟ କରୁନଥିଲେ, ତେବେ ଅର୍ଥ ଉଠାଣ ସମୟରେ ତାଙ୍କର ଟିଡିଏସ ୩୦ ପ୍ରତିଶତ କଟିଯାଉଥିଲା ।

Get real time updates directly on you device, subscribe now.