fbpx

ପେନସନ ରାଶିକୁ ନେଇ ନିୟମ ବଦଳାଇଲା EPFO

ନୂଆଦିଲ୍ଲୀ: କର୍ମଚାରୀ ଭିବଷ୍ୟ ନିଧି ସଂଗଠନରୁ ପେନସନ ପାଉଥିବା ଲୋକଙ୍କ ବଡ ଖବର । ଏବେ ଇପିଏଫଓରୁ ମିଳୁଥିବା ପେନସନ ରାଶି ସିଷ୍ଟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ଫାଇଦା ସମସ୍ତ ପେନସନ ଭୋଗୀଙ୍କୁ ମିଳିବ। ଜାଣି ରଖନ୍ତୁ ଯେ କର୍ମଚାରୀ ଭବିଷ୍ୟ ନିଧି ସଂଗ ଠନ ଆସନ୍ତା ଜୁଲାଇ ୨୯ ଓ ୩୦ ତାରିଖରେ ହେବାକୁ ଥିବା ବୈଠକରେ କେନ୍ଦ୍ରୀୟ ପେନସନ ବିତରଣ ପ୍ରଣାଳୀ ପ୍ରସ୍ତାବ ପରେ ଏହି ଯୋଜନାରେ ମୋହର ଲାଗିବ।

ଏହି ପ୍ରଣାଳୀ ସ୍ଥାପନା ପରେ ଦେଶରେ ପାଖାପାଖି ୭୩ ଲକ୍ଷ ପେନସନର୍ସଙ୍କ ଖାତାରେ ପେନସନକୁ ଏକଥରକେ ଟ୍ରାନ୍ସଫର କରାଯିବ। ଏବେ ଇପିଏଫଓର ୧୩୮ କ୍ଷେତ୍ରୀୟ କାର୍ଯ୍ୟାଳୟ ନିଜ କ୍ଷେତ୍ର ଅନ୍ତର୍ଗତ ଲାଭାର୍ଥୀଙ୍କ ଆକାଉଣ୍ଟରେ ପେନସନ ଟ୍ରାନ୍ସଫର କରନ୍ତି। ଏମିତିରେ ପେନସନର୍ସଙ୍କୁ ପେନସନ ରାଶି ଭିନ୍ନ ଭିନ୍ନ ଦିନରେ ଅଲଗା ସମୟରେ ମିିଳିଥାଏ। ସୂଚନା ଅନୁଯାୟୀ ଇପିଏଫଓ ନିର୍ଣ୍ଣୟ ନେଉଥିବା ଶୀର୍ଷ ନିକାୟ କେନ୍ଦ୍ରୀୟ ନ୍ୟାସୀ ବୋର୍ଡ ମାନେ CBTରେ ଆସନ୍ତା ଜୁଲାଇ ୨୯ ଓ ୩୦ ତାରିଖରେ ଏନେଇ ଏକ ପ୍ରସ୍ତାବ ଦିଆଯିବ।

ପ୍ରସ୍ତାବ ଗ୍ରହଣ ପରେ ପେନସନ ବିତରଣ ୧୩୮ କ୍ଷେତ୍ରୀୟ କାର୍ଯ୍ୟାଳୟର ଡାଟାବେସ୍‌ ଆଧାରରେ କରାଯିବ। ଏମିତିରେ ୭୩ ଲକ୍ଷ ପେନସନ ଭୋଗୀଙ୍କୁ ଏକାସହିତ ପେନସନ ଦିଆଯିବ। ସିବିଟିର ୨୦ ନଭେମ୍ବର ୨୦୨୧ ରେ ହୋଇଥିବା ୨୨୯ ତମ ବୈଠକରେ ଏନେଇ ଏକ ପ୍ରସ୍ତାବ ରଖାଯାଇଥିଲା।

Get real time updates directly on you device, subscribe now.