fbpx

EPFO ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି: ଆଶା କର୍ମୀ, ଅଙ୍ଗନବାଡ଼ି ଦିଦି ଓ ମିଡ-ଡେ ମିଲ କର୍ମଚାରୀଙ୍କୁ ଦିଅ EPF ସୁବିଧା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି । ଅଙ୍ଗନବାଡ଼ି ଦିଦି, ଆଶା କର୍ମୀ ଓ ମଧ୍ୟାହ୍ନଭୋଜନ କର୍ମଚାରୀଙ୍କୁ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ଇପିଏଫଓ ପକ୍ଷରୁ କୁହାଯାଇଛି । ରାଜ୍ୟର ୧.୨୦ ଲକ୍ଷ ଅଙ୍ଗନବାଡ଼ି କର୍ମଚାରୀ ଓ ସହାୟକ, ୧ ଲକ୍ଷ ମିଡ-ଡେ ମିଲ କର୍ମଚାରୀ ଓ ୪୯ ହଜାର ଆଶା କର୍ମୀଙ୍କୁ ବେନିଫିଟ୍ ପ୍ରଦାନ କରିବାକୁ କୁହାଯାଇଛି ।

ଓଡ଼ିଶା ପରି ବିହାର ଓ ଝାଡ଼ଖଣ୍ଡ ସରକାରଙ୍କୁ ମଧ୍ୟ ଇପିଏଫଓ ପକ୍ଷରୁ ସମାନ ନିର୍ଦ୍ଦେଶ ଦିଅଯାଇଛି । ଦେଶର ୬ ଲକ୍ଷ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ସହାୟତା ପ୍ରଦାନ କରିବା ନେଇ ଜଣେ ସୂଚନା ଅଧିକାର (ଆରଟିଆଇ) କର୍ମୀ ଓ ଓକିଲଙ୍କ ପକ୍ଷରୁ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ଇପିଏଫଓ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଆସିଷ୍ଟାଣ୍ଟ ପ୍ରୋଫିଡେଣ୍ଟ ଫଣ୍ଡ କମିଶନର ମୌସୁମୀ ଲତା ପାଢ଼ୀ ଓଡ଼ିଶା ସରକାରଙ୍କ ଶ୍ରମ ଓ ଇଏସଆଇ ବିଭାଗର କମିଶନରଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି ।

Get real time updates directly on you device, subscribe now.