ESIC ବନ୍ଦ କରିଦେବ ଏହି ସରକାରୀ ଯୋଜନା, ପ୍ରଭାବିତ ହୋଇପାରନ୍ତି ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ପକ୍ଷରୁ ଏକ ନୂଆ ଅପଡେଟ୍ ଆସିଛି । ଏହି ଖବର ସମସ୍ତ ସରକାରୀ କର୍ମଚାରୀଙ୍କୁ ଝଟକା ଦେଇପାରେ । କୋଭିଡ-୧୯ ପାଇଁ ଗତ ଦୁଇବର୍ଷ ଧରି ଇଏସଆଇସି ପକ୍ଷରୁ ଏହି ଯୋଜନା ଚାଲି ଆସୁଥିଲା । ମାତ୍ର ଏବେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ଏହି ଯୋଜନା ମାଧ୍ୟମରେ ଜନସାଧାରଣ ପୂର୍ବରୁ ବହୁମାତ୍ରାରେ ଉପକୃତ ହୋଇଥିବା ବେଳେ ବର୍ତ୍ତମାନ ଏହି ନିୟମ ବିଷୟରେ ନିହାତି ଜାଣିବା ଦରକାର ।

ଗତ ୨୦୨୦ ମସିହା ମାର୍ଚ୍ଚ ୨୪ ତାରିଖଠାରୁ ସରକାର ‘କୋଭିଡ-୧୯ ରିଲିଫ୍ ସ୍କିମ୍’ ଚଳାଇ ଆସୁଥିଲେ । ଆସନ୍ତା ମାର୍ଚ୍ଚ ମାସରେ ଏହି ଯୋଜନା ଦୁଇବର୍ଷର ଅବଧି ପୂରଣ କରିବ । ତେବେ ନିକଟରେ ଇଏସଆଇସି ଗଭର୍ଣ୍ଣିଂ ବୈଠକ ବସିଥିଲା । କୋଭିଡ ସଂକ୍ରମଣ କମୁଥିବାରୁ ଜନତାଙ୍କୁ ଆଉ ଏହି ଯୋଜନାର ଆବଶ୍ୟକତା ନାହିଁ ବୋଲି କହିଥିଲେ କେନ୍ଦ୍ର ଶ୍ରମମନ୍ତ୍ରୀ । ତେବେ ଇଏସଆଇସି ହସ୍ପିଟାଲ ପକ୍ଷରୁ ଶ୍ରମିକଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।