fbpx

Euro Cup-2024: ବାଜି ମାରିଲେ ସ୍ପେନ-ଇଟାଲୀ, ତୃତୀୟ ସ୍ଥାନରେ ରହିଗଲା କ୍ରୋଏସିଆ

ନୂଆଦିଲ୍ଲୀ: ସ୍କଟଲାଣ୍ଡ ଏବଂ ଜର୍ମାନୀ ବିପକ୍ଷ ମ୍ୟାଚରୁ ଆରମ୍ଭ ହୋଇଥିଲା ୟୁରୋ- ୨୦୨୪ । ସ୍ପେନ୍, ଇଟାଲୀ, କ୍ରୋଏସିଆ ଏବଂ ଆଲବାନିଆ ମଧ୍ୟ ଗ୍ରୁପ ବି’ରେ ସ୍ଥାନ ପାଇଥିଲେ । ଡିଫେଣ୍ଡିଂ ଚମ୍ପିଆନ୍ ଇଟାଲୀ ସହିତ ୟୁରୋ କପରେ ଦମଦାର ପ୍ରଦର୍ଶନ କରିଥିବା ସ୍ପେନ ଏହି ଗ୍ରୁପରେ ରହିଥିବାରୁ ଏହାକୁ ‘ଗ୍ରୁପ୍ ଅଫ୍ ଡେଥ୍’ ବୋଲି ମଧ୍ୟ କୁହାଯାଉଛି । କ୍ରୋଏସିଆ ଦଳ ମଧ୍ୟ ଭଲ ପ୍ରଦର୍ଶନ କରିବାର ଶକ୍ତି ରଖୁଥିବା ବେଳେ ଆଲବାନିଆ ଦଳ ନିକଟରୁ ଏହାର ଆଶା ରହିଥିଲା ।

ତେବେ କ୍ରୋଏସିଆ ବିପକ୍ଷରେ ୩-୦ରେ ବିଜୟ ହାସଲ କରି ଗ୍ରୁପ-ବି’ରେ ଅଭିଯାନ ଆରମ୍ଭ କରିଥିଲା ସ୍ପେନ୍ । ଆଲଭାରୋ ମୋରାଟା ମ୍ୟାଚରେ ପ୍ରଥମ ସ୍କୋର କରିଥିବା ବେଳେ ଏହାର ଫାଇଦା ଉଠାଇ ଫାବିଆନ୍ ରୁଇଜ ଦ୍ୱିତୀୟ ସଫଳତା ପାଇଥିଲେ । ଏହାପରେ ଡାନି କାର୍ଭାଜଲ ଆଉ ଏକ ପଏଣ୍ଟ ଦେଇ ମ୍ୟାଚରେ ଏକ ବଡ଼ ଟାର୍ଗେଟ ସେଟ୍ କରିଥିଲେ । ତେବେ କ୍ରୋଏସିଆ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ସ୍ପେନର ଏହି ଲକ୍ଷ୍ୟକୁ ହାସଲ କରିବାରେ ବିଫଳ ହୋଇଥିଲା । ସେକେଣ୍ଡ ହାଫ୍ ରେ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା କ୍ରୋଏସିଆ । ଷ୍ଟାର ପ୍ଲେୟର ବ୍ରୁନୋ ପେଟକୋଭିକ ଏହାକୁ ରିବାଉଣ୍ଡରେ ହାସଲ କରିଥିଲେ । କିନ୍ତୁ ଇଭାନ ପେରିସିକଙ୍କ ଗୋଟିଏ ଭୁଲ ପାଇଁ ଏହି ପଏଣ୍ଟ ମଧ୍ୟ ହାତଛଡ଼ା ହୋଇଥିଲା ।

ସେପଟେ ଇଟାଲୀ ଆଲବାନିଆ ବିପକ୍ଷ ମ୍ୟାଚରେ ୨-୧ରେ ବିଜୟୀ ହୋଇଛି । ନଦୀମ ବଜରାମି ଆଲବାନିଆକୁ ଲିଡ୍ ଦେବା ପରେ ଆଲେସାଣ୍ଡ୍ରୋ ବାସ୍ତୋନୀ ଏବଂ ନିକୋଲୋ ବରେଲା ଅଜରିସଙ୍କ ପାଇଁ ସଫଳତା ହାସଲ କରିଥିଲେ । ସେହିପରି ଦ୍ୱିତୀୟ ମ୍ୟାଚରେ କ୍ରୋଏସିଆ ଏବଂ ଆଲବାନିଆ ୨-୨ରେ ମ୍ୟାଚ ଡ୍ର’ କରିଥିଲେ । ତେବେ ବଡ଼ ମ୍ୟାଚରେ ସ୍ପେନ୍ ୧-୦ରେ ବିଜୟ ହାସଲ କରିଥିଲା । ତେବେ ତୃତୀୟ ମ୍ୟାଚ ତଥା ଗ୍ରୁପ୍ ବି’ର ଫାଇନାଲ ରାଉଣ୍ଡରେ ଆଲବାନିଆ ବିପକ୍ଷରେ ୧-୦ରେ ବିଜୟୀ ହୋଇଛି ସ୍ପେନ୍ । ଇଟାଲୀର ୧୦୦ ମିନିଟ ଗୋଲ୍ ହାସଲ କରିବା ପରେ କ୍ରୋଏସିଆ ଫ୍ୟାନ୍ସଙ୍କୁ ଏଗ ଝଟକା ଲାଗିଛି ।

Euro 2024 Group B Schedule

Match Date Result
Spain vs Croatia June 15 Spain 3-0 Croatia
Italy vs Albania June 15 Italy 2-1 Albania
Croatia vs Albania June 19 Croatia 2-2 Albania
Spain vs Italy June 20 Spain 1-0 Italy
Albania vs Spain June 24 Albania 0-1 Spain
Croatia vs Italy June 24 Croatia 1-1 Italy

Euro 2024 Group B Points Table

Team PL W D L GS-GC GD PTS
Spain 3 3 0 0 5-0 +5 9
Italy 3 1 1 1 3-3 0 4
Croatia 3 0 2 1 3-6 -3 2
Albania 3 0 1 2 3-5 -2 1

Get real time updates directly on you device, subscribe now.