fbpx

EURO 2024: ଏ ଲଢେଇ କ୍ରିଷ୍ଟିଆନ ରୋନାଲଡୋ ସହ ଏମ୍ ବାପେଙ୍କର, କିଏ ଜିତିବ କ୍ୱାଟରଫାଇନାଲ, ଫ୍ରାନ୍ସକୁ ଭେଟୁଛି ପର୍ତ୍ତୁଗାଲ

Advertisement

ଓଡିଶା ଭାସ୍କର : ୟୁରୋକପ ୨୦୨୪ ଏବେ ରୋମାଞ୍ଚକର ସ୍ଥିତିରେ ପାଦ ଦେଇ ସାରିଛି। ଏହି ମହାସମରକୁ ନେଇ ଅନେକ ଗଣନା, କଳ୍ପନା ଜଳ୍ପନା, ବିଶ୍ଲେଷଣ ସାଙ୍ଗକୁ ଭବିଷ୍ୟବାଣୀ କାରଯାଉଛି । ଇତିମଧ୍ୟରେ ୟୁରୋ ୨୦୨୪ ରେ ବହୁତ କିଛି ଦେଖିବାକୁ ମିଳି ସାରିଛି । ଗ୍ରୁପ ମ୍ୟାଚରେ ବିପର୍ଯ୍ୟୟ, ତାହାସହ ବଡ ବଡ ଦଳର ଧରାଶାୟୀ ଭଳି ସ୍ଥିତି ଦେଖି ଏବେ ୟୁରୋକପ କ୍ୱାଟରରେ ପାଦ ଦେଇଛି ।

ଆଜିର କ୍ୱାଟରଫାଇନାଲ ମ୍ୟାଚ, ଫାଇନାଲ ଫାଇଟ ଭଲି ମହାମୁକାବିଲା ହେବାର ସମ୍ଭାବନା ଯଥେଷ୍ଟ । କାରଣ ଫ୍ରାନ୍ସ ସହ ଲଢିବ ପର୍ତ୍ତୁଗାଲ, ମାନେ ଫୁଟବଲର ଦୁଇ ମହାରଥୀ ତଥା ଷ୍ଟାର ପ୍ଲେୟାରଙ୍କ ମଧ୍ୟରେ ଲଢେଇ ଦେଖିବେ କୋଟି କୋଟି ପ୍ରଶଂସକ । ପର୍ତ୍ତୁଗାଲ ଷ୍ଟାର କ୍ରିଷ୍ଟିଆନ ରୋନାଲଡୋ ଓ ଫ୍ରାନ୍ସ ଆଇକନିକ ହିରୋ କାଇଲିୟନ ଏମ୍‌. ବାପେଙ୍କ ମଧ୍ୟରେ ବ୍ୟକ୍ତିଗତ ଭାବରେ ମଧ୍ୟ ଆଜିର ମ୍ୟାଚ ଖେଳାଯିବ । ଫୁଟବଲ ବି ଆଜି ନିଜେ ପଡିଆରେ ଏକ ନୂଆ ଇତିହାସ ସୃଷ୍ଟି କରିବ । ଆଜିର ଏହି କ୍ୱାଟରଫାଇନାଲ ମ୍ୟାଚ ଅପରାହ୍ନ ୩ ଟାରେ ୱୋକ୍ସପାର୍କଷ୍ଟେଡିୟନରେ ଖେଳାଯିବ । ଏହି ମ୍ୟାଚରେ ଫ୍ୟାନ୍ସ ଫ୍ରାନ୍ସର କାଇଲିୟନ ଏମ୍ ବାପେ, ବ୍ରାଇସ ସାମ୍ବା, ଇବ୍ରାହିମ କୋନାଟେ, ଏନ ଗୋଲୋ କାନ୍ତେ, ମାଇକ ମେଗନନ ଭଳି ଖେଳାଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବେ । ସେପଟେ ପର୍ତ୍ତୁଗାଲର ପେପେ, ଜୋଆଓ ପେଡ୍ରୋ, ଡିଆଗୋ କୋଷ୍ଟା ତଥା ଏଣ୍ଟୋନିଓ ସିଲଭା ଭଳି ଖେଳାଳି ମଧ୍ୟ ରୋମାଞ୍ଚ ଭରିବେ ମ୍ୟାଚରେ । ତାହାସହ ପର୍ତ୍ତୁଗାଲର ହୀରା କୁହାଯାଉଥିବା ରୋନାଲଡୋଙ୍କ ଉପରେ ସମସ୍ତ ବିଶ୍ୱର ନଜର ରହିବ ଏହି ମ୍ୟାଚରେ । ଏହି ମ୍ୟାଚ ପର୍ତ୍ତୁଗାଲ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ । କାରଣ ପର୍ତ୍ତୁଗାଲ ଚାହେଁ ଯେ ୟୁରୋକପ ଜିତି ରୋନାଲଡୋ ୟୁରୋକପରେ ଆହୁରି ଉଚ୍ଚସ୍ତରକୁ ଯାଆନ୍ତୁ । ସେଥିପାଇଁ ପର୍ତ୍ତୁଗାଲକୁ ଫ୍ରାନ୍ସର ଦୁର୍ଜେୟ ଲାଇଅଫକୁ ହରାଇବାକୁ ପଡିବ । ମ୍ୟାଚରେ ଫ୍ରାନ୍ସର ପଲା ଭାରୀ ଅଛି ସତ, ମାତ୍ର ପର୍ତ୍ତୁଗାଲର ଏକ୍ସ ଫ୍ୟାକ୍ଟର ମଧ୍ୟ ଫ୍ରାନ୍ସ ସାମ୍ନାରେ କାଳ ସାଜିପାରେ । ସେପଟେ ଆଉ ଏକ କ୍ୱାଟରଫାଇନାଲରେ ମଧ୍ୟ ମହାଲଢେଇ ଦେଖିବାକୁ ମିଳିବ । ଫୁଟବଲର ଦୁଇ ମହାରଥୀ ସ୍ପେନ ଓ ଜର୍ମାନୀ ପରସ୍ପର ମୁହାଁମୁହିଁ ହେବେ ।
ପ୍ରସାରଣ: ଫକ୍ସ ସ୍ପୋଟର୍ସ, ହୁଲୁ +, ସୋନି ଲାଇଭ ( ଭାରତ )

Get real time updates directly on you device, subscribe now.